
ମୁମ୍ବାଇ (ଓଡ଼ିଶା ରିପୋର୍ଟର): ସପ୍ତାହ ସାରା ସୋଶାଲ୍ ମିଡିଆରେ ଟ୍ରେଣ୍ଡ କରୁଛି #MeToo ଅଭିଯାନ। ସ୍ଥିତି ଏଭଳି ଯେ ଚଳିତ ମାସକୁ #MeToo ମାସ କହିଲେ ଅତ୍ୟୁକ୍ତି ହେବନି। ଏହି ଅଭିଯାନକୁ ଭିତ୍ତିକରି ଅନେକ ମହିଳା ଅତୀତରେ ନିଜ ସହ ହୋଇଥିବା ଅଘଟଣ ବିଷୟରେ ପ୍ରକାଶ କରୁଛନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ସମସ୍ତେ ସେମାନଙ୍କୁ ସପୋର୍ଟ କରୁଛନ୍ତି। କିନ୍ତୁ ଏହି ଘଟଣାରେ ‘ବିଗ୍ ବସ୍’ ଫେମ୍ ଶିଳ୍ପା ସିନ୍ଦେ ନିଜର ଭିନ୍ନ ରାୟ ଶୁଣାଇଛନ୍ତି। ସେ ଏହି ମୁଭ୍ମେଣ୍ଟ୍କୁ ସମ୍ପୂର୍ଣ୍ଣ ବକ୍ବାସ୍ ବୋଲି କହିଛନ୍ତି।
ଏକ ସାକ୍ଷାତକାରରେ ଶିଲ୍ପା ଏହି ପୂରା ଘଟଣାକୁ ବକ୍ବାସ୍ ଓ ଫାଲ୍ତୁ ବୋଲି କହିଛନ୍ତି। ସେ କହିଛନ୍ତି- ‘ସେମାନଙ୍କୁ ଘଟଣା ଘଟିବା ସମୟରେ ଏହି ଅଭିଯୋଗ କରିବା କଥା। ଏହା ଖୁବ୍ ସାଧାରଣ। ମୋ ସହ ବି ଏମିତି କିଛି ହୋଇଛି। ଯେତେବେଳେ ହେଉଛି ସେତେବେଳେ କହିବା କଥା। ପଛରେ କହିବାର କୌଣସି ଅର୍ଥ ନାହିଁ। ଏହା ସବୁ ବ୍ୟର୍ଥ।’
ସେ କହିଛନ୍ତି, ‘ପଛରେ ଏହି କଥାକୁ କିଏବା ଶୁଣିବ। କେବଳ ବିବାଦ ହିଁ ହେବ। ଆଉ କିଛି ଫାଇଦା ନାହିଁ। ଘଟଣା ଘଟିବା ସମୟରେ ତୁରନ୍ତ ଏହା ଉପରେ କହିବା ଉଚିତ। ହଁ ଏଥିପାଇଁ କେବଳ ସାହସର ଆବଶ୍ୟକତା ରହିଛି।’’
ଶିଲ୍ପାଙ୍କ ଆହୁରି କହିଛନ୍ତି, ‘ଇଣ୍ଡଷ୍ଟ୍ରିରେ ପ୍ରାୟ ସବୁକିଛି ଆପୋଷ ବୁଝାମଣାର ହୋଇଥାଏ। ଏହା ଦେବା ନେବାର ପଲିସି। ଇଣ୍ଡଷ୍ଟ୍ରି ଖରାପ ନୁହେଁ କି ଭଲ ବି ନୁହେଁ। ସବୁଠି ଏବେ ଏମିତି ହେଉଛି। ମୋତେ ଜଣା ନାହିଁ ଲୋକମାନେ ନିଜେ ନିଜେ କାହିଁକି ଇଣ୍ଡଷ୍ଟ୍ରିର ନାଁ ଖରାପ କରୁଛନ୍ତି। ଆଜି ମହିଳାମାନେ ଜୋର ସୋରରେ ସ୍ୱର ଉଠାଉଛନ୍ତି, ମୁଁ ପ୍ରଥମରୁ କହିଛି ଇଣ୍ଡଷ୍ଟ୍ରିରେ ରେପ୍ ବା ଦୁଷ୍କର୍ମ ହୁଏ ନାହିଁ। ଜବରଦସ୍ତି ବି ହୋଇନଥାଏ। ଯାହା ବି ହୁଏ ଆପୋଷ ବୁଝାମଣାରେ ହୋଇଥାଏ। ଯଦି ଆପଣ ଏଥିପାଇଁ ପ୍ରସ୍ତୁତ ନୁହନ୍ତି ତେବେ ଛାଡ଼ି ଦିଅନ୍ତୁ।’
ଶିଳ୍ପା ଶିନ୍ଦେ କହିବା ଅନୁଯାୟୀ ଏପରି ଅଭିଯାନ ସମାଜରେ କୌଣସି ପରିବର୍ତ୍ତନ ଆଣିବ ନାହିଁ।
from Odisha Reporter https://ift.tt/2A6ckrI
No comments:
Post a Comment