ବିରାଟ୍‌ଙ୍କ ରେକର୍ଡ ଭଙ୍ଗା ଇନିଂସ୍‌ ସମ୍ପର୍କରେ ଏମିତି କଥା କହିଲେ ପତ୍ନୀ ଅନୁଷ୍କା ଓ ସଚିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ବିରାଟ୍‌ଙ୍କ ରେକର୍ଡ ଭଙ୍ଗା ଇନିଂସ୍‌ ସମ୍ପର୍କରେ ଏମିତି କଥା କହିଲେ ପତ୍ନୀ ଅନୁଷ୍କା ଓ ସଚିନ୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଏକାଧିକ ରେକର୍ଡ କରିଛନ୍ତି। ଗୋଟିଏ ଇନିଂସ୍‌ରେ ଏତେ ସଂଖ୍ୟକ ରେକର୍ଡ କରିବା ଏକ ବିରଳ ଘଟଣା। ବିରାଟ୍‌ ଗତକାଲିର ମ୍ୟାଚ୍‌ରେ ୧୫୭ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଛନ୍ତି। ତେବେ ସେ ୮୧ ରନ୍‌ କରିବା କ୍ଷଣି ବିଶ୍ୱର ସର୍ବକନିଷ୍ଠ ଓ ସବୁଠାରୁ ଦ୍ରୁତ କ୍ରିକେଟର୍‌ ଭାବେ ୧୦ ହଜାର ରନ୍‌ ହାସଲ କରିବାର ରେକର୍ଡ ସୃଷ୍ଟି କରିଥିଲେ। ସେହିପରି ସେ ୧୦୬ ବଲ୍‌ରେ ୧୦୦ ରନ୍‌ କରି ଦିନିକିଆ କ୍ରିକେଟର୍‌ରେ ୩୭ ତମ ଶତକ ହାସଲ କରିଥିଲେ।

କୋହଲିଙ୍କ ଏହି ରେକର୍ଡ ବର୍ଷା ଇନିଂସ୍‌କୁ ସବୁ କ୍ରିକେଟ୍‌ ପ୍ରେମୀ ପ୍ରଶଂସା କରି ଶୁଭେଚ୍ଛା ଜଣାଇଛନ୍ତି। ତେବେ ସୋଶାଲ୍‌ ମିଡିଆରେ ବିରାଟ୍‌ଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ବିରାଟ୍‌ଙ୍କ ସମ୍ପର୍କରେ କରିଥିବା ଟ୍ୱିଟ୍‌ ଭାଇରାଲ୍‌ ହୋଇଛି।

ଅନୁଷ୍କା ଟିଭିରେ ବିରାଟ୍‌ଙ୍କ ୧୦ ହଜାର ରନ୍‌ ବେଳର ମୁହୂର୍ତ୍ତ ଓ ୩୭ ତମ ଶତକ ହାସଲ ବେଳେ ବିରାଟ୍‌ଙ୍କ ସେଲିବ୍ରେସନ୍‌କୁ କଏଦ୍ କରିଛନ୍ତି। ଏଥିରେ ସେ ତାଙ୍କ ମୁଣ୍ଡରେ ମୁକୁଟ ଲଗାଇବା ସହ “ହ୍ୱାଟ୍‌ ଏ ମ୍ୟାନ୍‌” ବୋଲି ଲେଖିଛନ୍ତି। ଯାହାକୁ ସୋଶାଲ୍‌ ମିଡିଆରେ ଅନେକ ଲୋକ ପସନ୍ଦ କରିବା ସହ ଏହାକୁ ଶେୟାର କରିଛନ୍ତି।

ଅନ୍ୟପକ୍ଷରେ ସଚିନ୍‌ ତେନ୍ଦୁଲକର ଟ୍ୱିଟ୍‌ କରି କହିଛନ୍ତି, “ ଯେଉଁଭଳି ତୁମେ ନିୟମିତ ଭାବେ ଭଲ ବ୍ୟାଟିଂ କରୁଛ, ତାହା ଆନନ୍ଦ ଦେଉଛି। ୧୦ ହଜାର ରନ୍‌ କରିଥିବାରୁ ଶୁଭେଚ୍ଛା। ଆଗକୁ ଏମିତି ବ୍ୟାଟିଂ ଜାରି ରଖ।”

କୋହଲିଙ୍କ ଶତକ ବଳରେ ଟିମ୍‌ ଇଣ୍ଡିଆ ୬ ୱିକେଟ୍‌ ହରାଇ ୩୨୧ ରନ୍‌ କରିଥିଲା। ଏହାପରେ ୱେଷ୍ଟଇଣ୍ଡିଜ୍‌ ସାଇ ହୋପ୍‌ଙ୍କ ଶତକ ବଳରେ ସମାନ ୩୨୧ ରନ୍‌ କରି ମ୍ୟାଚ୍‌କୁ ଟାଏ ରଖିଥିଲା।



from Odisha Reporter https://ift.tt/2qaY3nP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages