
ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ଖିଲାପକାରୀ ନିରବ ମୋଦିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ଜବରଦସ୍ତ ଝଟ୍କା ଦେଇଛି। ହଂକଂରେ ଥିବା ତାଙ୍କର ପାଖାପାଖି ୨୫୫ କୋଟି ଟଙ୍କାର ସମ୍ପତ୍ତିକୁ ଆଜି ଇଡି ଆଟାଚ୍ କରିଛି।
ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଘଟିଥିବା ପାଖାପାଖି ୧୪ ହଜାର କୋଟି ଟଙ୍କା ଠକେଇ ମାମଲାରେ ଇଡି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କରୁ ନିରବ ମୋଦି ଓ ତାଙ୍କ ମାମୁ ମେଁହୁଳ ଚୋକ୍ସି ୧୪ ହଜାର କୋଟି ଟଙ୍କାର ଋଣ ନେଇ ଫେରାର୍ ହୋଇଯାଇଥିଲେ।
ପ୍ରିଭେନସନ୍ ଅଫ୍ ମନିଲଣ୍ଡରିଂ ଆକ୍ଟ ଅନୁଯାୟୀ ହଂକଂରେ ଥିବା ନିରବଙ୍କ ସମ୍ପତ୍ତିକୁ ଇଡି ଜବତ କରିଛି।
ବର୍ତ୍ତମାନ ସୁଦ୍ଧା ଇଡି ନିରବଙ୍କ ପ୍ରାୟ ୪,୭୭୪ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଥିବା ଜଣାପଡ଼ିଛି।
from Odisha Reporter https://ift.tt/2yY1FgU
No comments:
Post a Comment