୧୦ବର୍ଷ ବୟସ ବର୍ଗରେ ଶ୍ରେଷ୍ଠ ଯୁବ ଫଟୋଗ୍ରାଫର୍‌: ଏହି ଫଟୋ ପାଇଁ ଲଣ୍ଡନରେ ମିଳିଲା ସମ୍ମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

୧୦ବର୍ଷ ବୟସ ବର୍ଗରେ ଶ୍ରେଷ୍ଠ ଯୁବ ଫଟୋଗ୍ରାଫର୍‌: ଏହି ଫଟୋ ପାଇଁ ଲଣ୍ଡନରେ ମିଳିଲା ସମ୍ମାନ

ଚଣ୍ଡିଗଡ:୧୦ବର୍ଷ ବୟସର କୁନି ପ୍ରତିଭା ଅର୍ଶଦୀପ ସିଂହ। ନିକଟରେ ସେ ହାତେଇଛନ୍ତି ‘ୟଙ୍ଗ ୱାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ଅଫ୍‌ ଦ ଇୟର’ (୧୦ ବର୍ଷ ବୟସ ବର୍ଗରେ) ସମ୍ମାନ। ତାଙ୍କ ଫଟୋ ‘ପାଇପ୍‌ ଆଉଲ୍‌ସ୍‌’ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ଲଣ୍ଡନରେ ଆୟୋଜିତ ଏକ ସମାରୋହରେ ଗତ ମଙ୍ଗଳବାର ଅର୍ଶଦୀପ୍‌ଙ୍କୁ ଏହି ସମ୍ମାନ ମିଳିଥିଲା।

ଣ ଥିଲା ଏହି ପାଇପ୍‌ ଆଉଲସ୍‌ ଫଟୋଗ୍ରାଫି

‘ପାଇପ୍ ଆଉଲସ୍‌’ ଫଟୋଗ୍ରାଫିରେ ଅର୍ଶଦୀପ୍‌ ଏକ ଲୁହା ପାଇପ୍‌ ମଧ୍ୟରେ ବସି ରହିଥିବା ଦୁଇ ପେଚାଙ୍କର ଫଟୋ ନେଇଥିଲେ। ପଞ୍ଜାବ କପୁରତାଲାରେ ଦିନେ ବାପାଙ୍କ ସହ ଯାତ୍ରା କରୁଥିବା ସମୟରେ ସେ ଏହି ଫଟୋଟିକୁ ଉଠାଇଥିଲେ।

ତାଙ୍କ କହିବା ଅନୁଯାୟୀ “ମୁଁ ଅନେକ ସମୟରେ ବାପାଙ୍କ ସହ କପୁରତାଲା ଯାଏ। ସେଦିନ ଯିବା ସମୟରେ ଯେତେବେଳେ ମୁଁ ବାଟରେ ଦୁଇ ପେଚାଙ୍କୁ ଦେଖିଲି, ବାପାଙ୍କୁ ଗାଡି ଅଟକାଇବାକୁ କହିଥିଲି। ସେହି ପେଚା ଦୁଇଟି ପାଇପ୍‌ ଭିତରେ ଖେଳୁଥିଲେ । ମୁଁ ସେଠାରେ ପେଚା ଦୁଇଟିଙ୍କୁ ବାହାରକୁ ଆସିବାକୁ ଅପେକ୍ଷା କରି ରହିଥିଲି ଏବଂ ଯେତେବେଳେ ସେମାନେ ପାଇପ୍‌ ବାହାରକୁ ଅନାଇଲେ, ମୁଁ ତୁରନ୍ତ ସେମାନଙ୍କ ଫଟୋ ଉଠାଇଦେଲି। ଏ ଫଟୋ ଦେଖି ମୋ ବାପା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।”

ଅର୍ଶଦୀପ କହିଛନ୍ତି, “ମତେ ଲାଗୁଥିଲା, ଯେମିତି ସେ ପେଚା ଦୁଇଜଣ ମତେ ଦେଖି ଖୁସି ହେଉଛନ୍ତି ଏବଂ କହୁଛନ୍ତି, ଆମେ ତୁମକୁ ନିରେଖି ଦେଖୁଛୁ।”

ଅର୍ଶଦୀପ ୬ବର୍ଷ ବୟସରୁ ଫଟୋ ଉଠାଉଛନ୍ତି। ତାଙ୍କ ଫଟୋ ‘ଲୋନ୍‌ଲି ପ୍ଲାନେଟ୍‌ ୟୁକେ’, ‘ଜର୍ମାନି ଆଣ୍ଡ ଇଣ୍ଡିଆ’, ଏବଂ ‘ବିବିସି ୱାଇଲ୍ଡ ଲାଇଫ୍‌ ୟୁକେ’ରେ ପ୍ରକାଶିତ ହୋଇଛି।

କେଉଁଠୁ ମିଳିଲା ପ୍ରେରଣା

ଏତେ କମ୍‌ ବୟସରୁ ଅର୍ଶଦୀପଙ୍କ ମଧ୍ୟରେ ଫଟୋଗ୍ରାଫି ପାଇଁ ଇଚ୍ଛାକୁ ଦେଖି ଆପଣ ଭାବୁଥିବେ ତାଙ୍କୁ ଏଥିପାଇଁ ପ୍ରେରଣା କେଉଁଠି ମିଳିଲା। ପ୍ରକୃତ କଥା ହେଉଛି, ଅର୍ଶଦୀପ୍‌ଙ୍କ ଗୁରୁ ହେଉଛନ୍ତି ତାଙ୍କ ବାପା। ତାଙ୍କ ବାପା ଜଣେ ୱାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର୍‌। ବାପା ଫଟୋ ଉଠାଇବା ପାଇଁ ଯେତେବେଳେ ବିଭିନ୍ନ ସ୍ଥାନକୁ ଯାଆନ୍ତି, ଅର୍ଶଦୀପ ତାଙ୍କ ସହ ରୁହନ୍ତି।

ଅର୍ଶଦୀପ୍‌ଙ୍କ କହିବା ଅନୁଯାୟୀ “ମୁଁ ପ୍ରତ୍ୟେକ ଦିନ ବାପାଙ୍କ ଠାରୁ କିଛି ନା କିଛି ଶିଖିବାକୁ ଚେଷ୍ଟାକରେ। ଯାହା ମତେ ଫଟୋ ଉଠାଇବା ବେଳେ ସାହାଯ୍ୟ କରେ।”



from Odisha Reporter https://ift.tt/2NT3gu7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages