ଗୋଟିଏ ପରିବାର ପାଇଁ ନେତାଜୀ ଏବଂ ଅନ୍ୟ ବରପୁତ୍ରମାନଙ୍କ ଅବଦାନକୁ ଅଣଦେଖା କରାଯାଇଛି: ପ୍ରଧାନମନ୍ତ୍ରୀ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ଗୋଟିଏ ପରିବାର ପାଇଁ ନେତାଜୀ ଏବଂ ଅନ୍ୟ ବରପୁତ୍ରମାନଙ୍କ ଅବଦାନକୁ ଅଣଦେଖା କରାଯାଇଛି: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସିଙ୍ଗାପୋରରୁ ନେତାଜୀଙ୍କ ଦ୍ୱାରା ଆଜାଦ୍‌ ହିନ୍ଦ ସରକାର ଗଠନ ଘୋଷଣାର ୭୫ ବର୍ଷ ପୂର୍ତ୍ତି ଅବସରରେ କେବଳ “ନେହରୁ-ଗାନ୍ଧି” ପରିବାରକୁ ଗୁରୁତ୍ୱ ଦିଆଯିବାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏହି ଅବସରରେ କହିଛନ୍ତି ଯେ, ଗୋଟିଏ ପରିବାରକୁ ଗୁରୁତ୍ୱ ଦେବାପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଭୀମରାଓ ଆମ୍ବେଦକର ଏବଂ ସୁଭାଷ ଚନ୍ଦ୍ର ବୋଷ ଆଦି ମହାନ୍‌ ବ୍ୟକ୍ତିଙ୍କ ଅବଦାନକୁ ଭୁଲାଇବାର ପ୍ରୟାସ କରାଯାଇଛି।

ଆଜି ଲାଲକିଲ୍ଲାଠାରେ ଏହି ଉତ୍ସବ ପାଳନ ଅବସରରେ ଶ୍ରୀ ମୋଦି କହିଛନ୍ତି, ବର୍ତ୍ତମାନ ସରକାର ଏସବୁରେ ପରିବର୍ତ୍ତନ ଆଣୁଛନ୍ତି। ଆଜି ସେ ଆଜାଦ୍‌ ହିନ୍ଦ୍‌ କ୍ୟାପ୍‌ ପରିଧାନ କରି ତ୍ରିରଙ୍ଗା ଉତ୍ତୋଳନ କରିବା ସହିତ ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଏକ ସ୍ମୃତି ଫଳକ ଉନ୍ମୋଚନ କରିଥିଲେ। ଏହି ସ୍ମୃତିଫଳକ ଲାଲକିଲ୍ଲାର ବାରାକ୍‌ ନମ୍ବର ୩ରେ ସ୍ଥାନ ପାଇବ, ଯେଉଁଠାରେ ଆଜାଦ୍‌ ହିନ୍ଦ ଫୌଜର ସଦସ୍ୟମାନଙ୍କର ବିଚାର କରାଯାଉଥିଲା। ଏହି ବାରାକ୍‌ରେ ଏକ ସଂଗ୍ରହାଳୟ ସ୍ଥାପନା କରାଯିବ ବୋଲି ଜଣାଯାଇଛି।

ମୋଦି ଏହି ଅବସରରେ କହିଥିଲେ, ସ୍ୱାଧୀନତା ପରବର୍ତ୍ତୀ ଭାରତର ନୀତି ବ୍ରିଟିଶ ବ୍ୟବସ୍ଥା ଉପରେ ପର୍ଯ୍ୟବସିତ ହୋଇଆସିଛି। ସବୁକିଛି ବ୍ରିଟିଶ ଚଷମାରେ ଦେଖାଯାଉଥିଲା। ଏଥିପାଇଁ ସରକାରଙ୍କ ନୀତି ବିଶେଷ କରି ଶିକ୍ଷା ବ୍ୟବସ୍ଥା ବହୁତ ପ୍ରଭାବିତ ହୋଇଛି। ପଟେଲ ଏବଂ ନେତାଜୀଙ୍କ ଦିଗ୍‌ଦର୍ଶନରେ ଦେଶ ଚାଲିଥିଲେ ଆଜିର ସ୍ଥିତି ଭିନ୍ନ ହୋଇଥାନ୍ତା।

ଗୋଟିଏ ନିର୍ଦ୍ଦିଷ୍ଟ ପରିବାରର ଭୂମିକାକୁ ଅତିରଞ୍ଜିତ କରି ଦେଖାଇବା ପାଇଁ ଅନ୍ୟମାନଙ୍କ ଅବଦାନକୁ ବାରମ୍ବାର ଅଣଦେଖା କରିବାର ଏବଂ ଭୁଲାଇବାର ପ୍ରୟାସ ହୋଇଛି। ସୁଭାଷ ବୋଷ ସର୍ବଦା ପୂର୍ବ ଭାରତ ଏବଂ ଉତ୍ତରପୂର୍ବ ଭାରତକୁ ଗୁରୁତ୍ୱ ଦେଇଆସିଥିଲେ, ଯାହାକି ସ୍ୱାଧୀନତା ପରବର୍ତ୍ତୀ ସମୟରେ ଉପଯୁକ୍ତ ମାନ୍ୟତା ପାଇପାରିନାହିଁ। ବର୍ତ୍ତମାନର ସରକାର ନେତାଜୀଙ୍କ ପ୍ରୟାସକୁ ସମ୍ମାନ ଜଣାଇ ଉତ୍ତରପୂର୍ବ ଭାରତକୁ ‘ସମୃଦ୍ଧିର ଯନ୍ତ୍ର’ରେ ରୂପାନ୍ତରିତ କରିବାର ପ୍ରୟାସରେ ଅଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ନେତାଜୀ ୧୬ ବର୍ଷ ବୟସରୁ ରାଷ୍ଟ୍ରବାଦ ପ୍ରତି ଆଗ୍ରହୀ ହୋଇଥିଲେ। ତାଙ୍କର ଆଦର୍ଶ ରାଷ୍ଟ୍ରବାଦ ଥିଲା ଏବଂ ରାଷ୍ଟ୍ରବାଦର ଆଧାରରେ ସେ ତାଙ୍କର ଜୀବନ ନିର୍ବାହ କରିଥିଲେ।



from Odisha Reporter https://ift.tt/2PMKgir

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages