
ଆବଶ୍ୟକ ସାମଗ୍ରୀ: କ୍ଷୀର, କେଶର, ଚିନି, ସାଇଟ୍ରିକ ଏସିଡ୍, କର୍ନଫ୍ଲୋର୍, ଗୁଜୁରାତି ଗୁଣ୍ଡ, ଆଲମଣ୍ଡ ଓ ପିସ୍ତା।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପ୍ୟାନରେ କ୍ଷୀରକୁ ଫୁଟାନ୍ତୁ। କ୍ଷୀର ମରି ଅଧା ହୋଇଗଲା ପରେ ଏଥିରେ କେଶର ପକାଇ ଭଲଭାବେ ଗୋଲାଇ ଦିଅନ୍ତୁ। ଏବେ ଅଳ୍ପ ପାଣିରେ ସାଇଟ୍ରିକ ଏସିଡ୍ ମିଶାଇ କ୍ଷୀରରେ ଗୋଳାଇ ଦିଅନ୍ତୁ। ଏହାପରେ ଏଥିରେ କର୍ନଫ୍ଲୋର୍ ମିଶାଇ ଗାଢ଼୍ ହେବ ଯାଏ ଗୋଳାନ୍ତୁ। ପରେ ଏଥିରେ ଗୁଜୁରାତି ଓ ଚିନି ମିଶାଇ ଅଲ୍ପ ସମୟ ଫୁଟାନ୍ତୁ। ବର୍ତ୍ତମାନ ଏହାକୁ ଚୁଲିରୁ ଓହ୍ଲାଇ ଥଣ୍ଡା ହେବାକୁ ରଖି ଦିଅନ୍ତୁ। ଏବେ ଏହି ମିଶ୍ରଣରୁ ଗୋଲ ଗୋଲ କରି ପେଡ଼ାର ଆକୃତି ଦେବା ଲାଗି ଦୁଇ ହାତରେ ଟିକେ ଚେପଟା କରିଦିଅନ୍ତୁ। ଏବେ ଏହା ଉପରେ ଆଲମଣ୍ଡ ଓ ପିସ୍ତା ପକାଇ ସଜାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହେଇଗଲା ଆପଣଙ୍କ କେଶର ପେଡ଼ା। ଦୀପାବଳିରେ ତିଆରି କରି ଆପମ ଏହାକୁ ପୂଜା ସମୟରେ ଭଗବାନଙ୍କୁ ଭୋଗ ମଧ୍ୟ ଲଗାଇପାରିବେ।
from Odisha Reporter https://ift.tt/2EM3mUY
No comments:
Post a Comment