ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନାଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନାଙ୍କ ପରଲୋକ

khurana

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନା (୮୨)ଙ୍କ ପରଲୋକ ଘଟିଛି। ଶନିବାର ରାତି ପ୍ରାୟ ୧୧ଟା ବେଳେ ଦିଲ୍ଲୀର କିର୍ତ୍ତିନଗର ସ୍ଥିତ ନିଜ ବାସଭବନରେ ଖୁରାନା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏନେଇ ତାଙ୍କ ପୁଅ ହରିଶ ଖୁରାନା ଟ୍ୱିଟ୍‌ କରି ଜଣାଇଛନ୍ତି।

ଗତ କିଛିବର୍ଷ ହେବ ଖୁରାନା ବ୍ରେନ୍‌ ଷ୍ଟ୍ରୋକ୍‌ କାରଣରୁ କୋମାରେ ଥିଲେ। ଏକ ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଥିଲେ।

ସୂଚନାଯୋଗ୍ୟ ଗତ ଅଗଷ୍ଟ ମାସରେ ତାଙ୍କ ବଡ଼ ପୁଅ ବିମଲ ଖୁରାନାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା।

ମଦନଲାଲ ଖୁରାନା ବିଜେପିର ଜଣେ ଆଗଧାଡ଼ିର ନେତା ଥିଲେ। ଦିଲ୍ଲୀ ରାଜନୀତିରେ ସେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିଲେ। ୧୯୯୩ରୁ ୧୯୯୬ ପର୍ଯ୍ୟନ୍ତ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୧ରେ ସେ ରାଜସ୍ଥାନର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଇଥିଲେ।

ମଦନଲାଲଙ୍କ ଜନ୍ମ ୧୯୩୬ ଅକ୍ଟୋବର ୧୫ ତାରିଖରେ ପାକିସ୍ତାନର ଫୈସଲାବାଦ୍‌ରେ ହୋଇଥିଲା। ବ୍ରିଟିସ୍‌ ଶାସନ ସମୟରେ ଏହି ଅଞ୍ଚଳ ଅବିଭାଜିତ ଭାରତର ପଞ୍ଜାବ ପ୍ରାନ୍ତର ଲାୟଲପୁରରେ ଥିଲା।

୧୯୪୭ରେ ଦେଶ ବିଭାଜନ ପରେ ମଦନଲାଲଙ୍କ ପରିବାର ଭାରତ ପଳାଇ ଆସିଥିଲେ। ସେତେବେଳେ ମନଦଲାଲଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା। ଭାରତ ଆସିବା ପରେ ତାଙ୍କ ପରିବାର କିର୍ତ୍ତିନଗରର ରିଫ୍ୟୁଜି କଲୋନୀରେ ରହୁଥିଲେ।

ମଦନଲାଲ ଦିଲ୍ଲୀ ୟୁନିଭର୍ସିଟିର କିରୋଡିମଲ କଲେଜରେ ଗ୍ରାଜୁଏସନ୍‌ ଶେଷ କରିଥିଲେ।



from Odisha Reporter https://ift.tt/2ObKWMG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages