
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କାର ହେବାପରେ ଆସନ୍ତାକାଲି ୧୨ ତାରିଖରେ ନିଜ ଜନ୍ମମାଟିରେ ଶକ୍ତି ପ୍ରଦର୍ଶନ କରିବା ପାଇଁ ଡାକ୍ତର ଦାମୋଦର ରାଉତଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ଜଣାପଡ଼ିଛି। ଖରାପ ପାଗ ଯୋଗୁ ଡାକ୍ତର ରାଉତ ସ୍ୱାଭିମାନ ସମାବେଶ ଆଳରେ କରିବାକୁ ଥିବା ଶକ୍ତି ପ୍ରଦର୍ଶନ ସମାବେଶକୁ ସ୍ଥଗିତ ରଖିଛନ୍ତି।
ସୂଚନା ଅନୁସାରେ, ତିତଲି ବାତ୍ୟା ଯୋଗୁ ଏରସମାରେ ଡାକ୍ତର ରାଉତ କରିବାକୁ ଥିବା ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମକୁ ସାମୟିକ ସ୍ଥଗିତ ରଖିଛନ୍ତି। ଏନେଇ ନିଜର ସମର୍ଥକମାନଙ୍କୁ ଫୋନ୍ ଓ ଚିଠି ମାଧ୍ୟମରେ ଡାକ୍ତର ରାଉତ ଗତକାଲି ଅବଗତ କରିଛନ୍ତି। ଦଶହରା ପୂଜା ପରେ ଏହି ସମାବେଶ ହେବ ବୋଲି ଜଣାପଡ଼ିଛି।
ଏହି ସମାବେଶକୁ ଏରସମା ସ୍ୱାଭିମାନ ନାଗରିକ ମଂଚ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଆୟୋଜନ କରାଯାଇଥିଲେ ମଧ୍ୟ ପ୍ରଚ୍ଛଦପଟ୍ଟରେ ଡାକ୍ତର ରାଉତ ପ୍ରତ୍ୟକ୍ଷ ଭାବେ ରହିଥିଲେ। ଏହି ସମାବେଶ ପାଇଁ ଡାକ୍ତର ରାଉତ ମଧ୍ୟ ୫ତାରିଖରେ ଏରସମାରେ ଏକ ପ୍ରସ୍ତୁତି ବୈଠକ କରିଥିଲେ। ଏହି ସମାବେଶରେ ବିଜୁ ପଟ୍ଟନାୟକଙ୍କ ସହ କାର୍ଯ୍ୟ କରିଥିବା ରାଜ୍ୟସ୍ତରର ବହୁ ବରିଷ୍ଠ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା।
from Odisha Reporter https://ift.tt/2A4g512
No comments:
Post a Comment