ଗଙ୍ଗା ପାଇଁ ଲଢ଼ି ଲଢ଼ି ଜୀବନ ହାରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ଗଙ୍ଗା ପାଇଁ ଲଢ଼ି ଲଢ଼ି ଜୀବନ ହାରିଲେ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସ୍ୱଚ୍ଛ ଗଙ୍ଗା ପାଇଁ ଗତ ଜୁନ୍‌ ୨୨ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରୁଥିବା ସାମାଜିକ କର୍ମୀ ତଥା ବିଶିଷ୍ଟ ପରିବେଶବିତ ଜିଡି ଅଗ୍ରୱାଲ୍‌ଙ୍କର ଆଜି ଋଷିକେଶର ଏମ୍ସ ହସ୍ପିଟାଲ୍‌ରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ଆଧୁନିକ ଭଗୀରଥ କୁହାଯାଉଥିବା ଏହି ପରିବେଶବିତ୍‌ଙ୍କୁ ମୃତ୍ୟୁ ବେଳକୁ ୮୬ ବର୍ଷ ହୋଇଥିଲା। ଗଙ୍ଗା ନଦୀର ସ୍ୱଚ୍ଛତା ପାଇଁ ମନ୍ତ୍ରଣାଳୟ ଗଠନ ହୋଇଥିଲେ ହେଁ କିଛି ସୁଫଳ ନହେବା ନେଇ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଉଦ୍ଦେଶ୍ୟରେ ସେ ଉପବାସ କରି ଆସୁଥିଲେ।

ଜିଡି ଅଗ୍ରୱାଲ୍‌ ଓରଫ୍‌ ସ୍ୱାମୀ ଜ୍ଞାନ ସ୍ୱରୂପ ସନନ୍ଦ ୧୦୯ ଦିନ ଧରି ଏପରି ଅନଶନ କରିବାପରେ ଗତକାଲି ହିଁ ପୁଲିସ୍‌ ହରିଦ୍ୱାରରୁ ଋଷିକେଷସ୍ଥିତ ଏମ୍ସକୁ ନେଇଯାଇଥିଲେ। ଏକ ସମୟରେ ସେ ଆଇଆଇଟି କାନ୍‌ପୁରରେ ପ୍ରଫେସର ଥିଲେ। ସେ କେବଳ ମହୁ ମିଶ୍ରିତ ପାଣି ପିଇ ଆସୁଥିଲେ । କିନ୍ତୁ ତାଙ୍କ ଦାବି ବାବଦରେ ଆଲୋଚନା ପାଇଁ ରାଜ୍ୟସ୍ତରୀୟ କୌଣସି ଅଧିକାରୀ, ପରିବେଶ ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ‌ଆଲୋଚନା ପାଇଁ ଆଗ୍ରହ ନ ଦେଖାଇବାରୁ ସେ ପାଣି ଗ୍ରହଣ କରିବା ମଧ୍ୟ ବନ୍ଦ କରିଦେଇଥିଲେ। ଏପରି ଅନଶନ କରି ୨୦୦୯ ମସିହାରେ ଭାଗିରଥୀ ନଦୀରେ ଡ୍ୟାମ୍‌ ନିର୍ମାଣକୁ ସେ ରୋକି ପାରିଥିଲେ।

ଗଙ୍ଗୋତ୍ରୀରୁ ଉତ୍ତରକାଶୀ ମଧ୍ୟରେ ଗଙ୍ଗାନଦୀ ଯେତିକି ବାଟ ପ୍ରବାହିତ ହେଉଛି ସେଥିରେ କୌଣସି ବାଧା ନ ଉପୁଜାଇବା ପାଇଁ ଆଇନ ଆଣିବା ତାଙ୍କର ପ୍ରମୁଖ ଦାବି ଥିଲା।



from Odisha Reporter https://ift.tt/2ywQDzj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages