ଶ୍ରୀକ୍ଷେତ୍ରରେ ଲଙ୍କାକାଣ୍ଡକୁ ନିନ୍ଦାକଲେ ଗଜପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ଶ୍ରୀକ୍ଷେତ୍ରରେ ଲଙ୍କାକାଣ୍ଡକୁ ନିନ୍ଦାକଲେ ଗଜପତି

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଧାଡ଼ିଦର୍ଶନକୁ ବିରୋଧ କରି ଶ୍ରୀକ୍ଷେତ୍ରରେ ଘଟିଥିବା ବ୍ୟାପକ ପୋଡ଼ାଜଳା ଓ ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।

OTVକୁ ଦେଇଥିବା ପ୍ରତିକ୍ରିୟାରେ ଗଜପତି ମହାରାଜା କହିଛନ୍ତି-“ସେ ଦିନର ଘଟଣା ଦୁଃଖଦ ଓ ଦୁର୍ଭାଗ୍ୟଜନକ। ସରକାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମୋର ଆଶା। ପ୍ରକୃତରେ ଯିଏ ଦୋଷୀ, ଉପଯୁକ୍ତ ତଦନ୍ତ କରାଯାଇ ଦଣ୍ଡ ବିଧାନ କରାଯାଉ। ଏହାଛଡ଼ା ଏପରି ଘଟଣାର ଯେପରି ପୁନରାବୃତ୍ତି ନହେବ, ସେ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ।”

ମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି

“ପୁରୀ ହିଂସା ଘଟଣାରେ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ହାତ ଅଛି। ଅନୁକମ୍ପା ପାଇବା ପାଇଁ ସେ ନିଜ ଲୋକଙ୍କ ଦ୍ୱାରା ହିଂସାକାଣ୍ଡ ଘଟାଇଛନ୍ତି।” ରାଜସ୍ୱ ମନ୍ତ୍ରୀଙ୍କୁ ଆଜି ଏଭଳି ସିଧା ନିଶାନା କରିଛନ୍ତି ବିଜେପି ବିଧାୟକଦଳ ନେତା କେ.ଭି. ସିଂହଦେଓ। ଶାନ୍ତି କମିଟି ନାଁରେ ଗିରଫଦାରୀକୁ ସେ ବିରୋଧ କରିବା ସହ ପୁଲିସ ଓ ପ୍ରଶାସନର ଏହା ଦୋମୁହାଁ ନୀତି ବୋଲି କହିଛନ୍ତି।

କେଭି ସିଂହଦେଓଙ୍କ ପରି ବିଜେଡିରୁ ନିଲମ୍ୱିତ ବରିଷ୍ଠ ବିଧାୟକ ଦାମୋଦର ରାଉତ ମଧ୍ୟ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ଆକ୍ଷେପ କରିଛନ୍ତି।

ପୁରୀରେ ଯାହା ଘଟିଲା, ନୈତିକତା ଦୃଷ୍ଟିରୁ (ରାଜସ୍ୱ) ମନ୍ତ୍ରୀ ଇସ୍ତଫା ଦେବା କଥା ବୋଲି ଡାକ୍ତର ରାଉତ କହିଛନ୍ତି। କିନ୍ତୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହିଂସା ନିୟନ୍ତ୍ରଣ କରିବାରେ ପୁଲିସ ଓ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ବୋଲି କହିଛନ୍ତି।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ପ୍ରଶାସନକୁ ଦୋଷ ଦେବା ସହିତ କହିଛନ୍ତି, ଶ୍ରୀମନ୍ଦିରକୁ ନିନ୍ଦିତ କରିବା ପାଇଁ ଓଡ଼ିଶା ବାହାରୁ ଷଡ଼ୟନ୍ତ୍ର ହେଉଛି। ଅନ୍ୟପକ୍ଷେ ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ଵର ମହାନ୍ତି ତାଙ୍କ ମତ ରଖିଛନ୍ତି।

କିଏ କଣ କହିଛନ୍ତି

ବିଧାୟକ ଡାକ୍ତର ଦାମୋଦର ରାଉତ କହିଛନ୍ତି, “ପୁରୀରେ ହିଂସାକାଣ୍ଡ ଘଟିବାକୁ ଗଲା କାହିଁକି? ମନ୍ଦିର ପ୍ରଶାସନ କ’ଣ ମହେଶ୍ୱର ମହାନ୍ତିଙ୍କ ବାହାରେ? ନୈତିକତା ଦୃଷ୍ଟିରୁ ଆଗେ ସେ ଇସ୍ତଫା ଦିଅନ୍ତୁ।”

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ସୁଚିନ୍ତିତ ଭାବେ ଧାଡ଼ିଦର୍ଶନକୁ କାର୍ଯ୍ୟକାରୀ କରିବା କଥା। ମାତ୍ର ତାହା ନକରି ଶ୍ରୀକ୍ଷେତ୍ରରେ ଏପରି କରିବା ଠିକ୍‌ ହୋଇନି। ଏଥିରୁ ପ୍ରଶାସନର ଅପାରଗତା ପଦାରେ ପଡ଼ିଛି।”

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, “ପୁରୀରେ ଘଟିଥିବା ହିଂସାକାଣ୍ଡକୁ ଦେଖି ଜିଲ୍ଲାପାଳ, ଏସ୍‌ପି ଓ ରାଜ୍ୟ ସରକାର ନିରବ ରହିଲେ। ସେମାନେ ମଧ୍ୟ ସମ ପରିମାଣରେ ଦୋଷୀ ହେବେ।”

ଅନ୍ୟପକ୍ଷେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି, “ହିଂସାକାଣ୍ଡରେ ମୋ ଘରେ ମଧ୍ୟ ଭଙ୍ଗାରୁଜା ହୋଇଛି। ଅଭିଯୁକ୍ତଙ୍କ ଫୁଟେଜ ଦେଇଛି। ତେବେ ପୁଲିସ ପୂର୍ବରୁ ପ୍ରସ୍ତୁତ ରହିଥିଲେ, ଏଭଳି ହିଂସାତ୍ମକ ଘଟଣାକୁ ଏଡ଼ାଇ ଯାଇପାରିଥାନ୍ତା।”



from Odisha Reporter https://ift.tt/2C2I8za

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages