ଅଫିସରଙ୍କଠୁ ଗାଳି ଖାଇ ବି ଚୁପ୍ ରହିଲେ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଅଫିସରଙ୍କଠୁ ଗାଳି ଖାଇ ବି ଚୁପ୍ ରହିଲେ ମନ୍ତ୍ରୀ

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର): ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ଜଣେ ପ୍ରଭାବଶାଳୀ ଅଫସର୍ କିଛି ନେତାଙ୍କ ସମ୍ମୁଖରେ ମନଇଚ୍ଛା ଗାଳି ଦେବାକୁ ନେଇ ଏବେ ପାଓ୍ବାର କରିଡରରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଗତ ସପ୍ତାହରେ ଜଣେ ରାଷ୍ଟ୍ରମନ୍ତ୍ରୀଙ୍କୁ ତାଙ୍କ ବିଭାଗର ଗୋଟିଏ ଟେଣ୍ଡର୍ କାର୍ଯ୍ୟ ପାଇଁ କୁଆଡ଼େ ତୃତୀୟ ମହଲାର ଜଣେ ଅଫିସର(ଦ୍ଵିତୀୟ କ୍ଷମତାକେନ୍ଦ୍ର ନୁହନ୍ତି) ମନଇଚ୍ଛା ଗାଳିମନ୍ଦ କରିଛନ୍ତି। ଟେଣ୍ଡର୍ କାର୍ଯ୍ୟଟି ତାଙ୍କ ବିନାନୁମତିରେ କିଭଳି ଆହ୍ବାନ କରାଗଲା ସେ ନେଇ ପଚାରିବା ସହ କୁଆଡ଼େ ଗାଳିମନ୍ଦ କରିଥିଲେ।

୬କୋଟି ଟଙ୍କାର ଏହି ଟେଣ୍ଡର୍ କାର୍ଯ୍ୟକୁ କୁଆଡ଼େ ସମ୍ପୃକ୍ତ ଅଫିସରଜଣକ ଜଣେ ନେତାଙ୍କ ସମ୍ପର୍କୀୟଙ୍କୁ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମନ୍ତ୍ରୀଜଣକ ଏ କଥାର ଆଭାସ ପାଇବା ପରେ କୁଆଡ଼େ ଜାଣିଶୁଣି ସେହି କାମକୁ ଟେଣ୍ଡର୍ ନିମନ୍ତେ ଦେଇଥିଲେ। ଆଉ ଏ କଥା ସମ୍ପୃକ୍ତ ନେତାଜଣକ ଆସି ଏହି ବାବୁଙ୍କୁ ଜଣାଇବା ପରେ ସେ କୁଆଡ଼େ ତାଙ୍କ ଆଗରେ ମନ୍ତ୍ରୀଙ୍କୁ ଡାକି ଗାଳିମନ୍ଦ କରିଥିଲେ।

ସମସ୍ତଙ୍କ ଆଗରେ ବାବୁଙ୍କ ଏଭଳି ଉଦ୍ଧତ ଆଚରଣ ସତ୍ତ୍ୱେ ମନ୍ତ୍ରୀଜଣକ କୁଆଡ଼େ ଚାକିରୀ ଯିବା ଭୟରେ ଚୁପ୍ ରହିଥିଲେ। ଏବେ ସେହି ଟେଣ୍ଡର୍ କାର୍ଯ୍ୟକୁ ବାତିଲ କରି ସେହି ନେତାଙ୍କୁ ଦିଆଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ମନ୍ତ୍ରୀ ଓ ନେତାଜଣକ ଗୋଟିଏ ଜିଲ୍ଲାର ହୋଇଥିବାବେଳେ ପରସ୍ପର କୁଆଡ଼େ ଉଭୟଙ୍କ ଛାଇ ଦେଖିବାକୁ ପସନ୍ଦ କରନ୍ତି ନାହିଁ। ନିର୍ବାଚନ ପାଣ୍ଠି ବାହାର କରିବା ପାଇଁ କୁଆଡେ ଏହି ନେତାଙ୍କୁ ଆର୍ଥିକ ଫାଇଦା ଦିଆଯାଉଛି। ସେ ଗତ କିଛି ବର୍ଷ ହେଲା ଦଳରେ ଅଲୋଡ଼ା ହୋଇ ପଡ଼ି ରହିଥିଲେ ବୋଲି ଚର୍ଚ୍ଚା।



from Odisha Reporter https://ift.tt/2E1nz90

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages