ସାକାର ହେବ ସ୍ୱପ୍ନ, ନୂଆ ରେଳପଥରେ ଗଡ଼ିବ ଟ୍ରେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ସାକାର ହେବ ସ୍ୱପ୍ନ, ନୂଆ ରେଳପଥରେ ଗଡ଼ିବ ଟ୍ରେନ୍‌

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର-ଖୋର୍ଦ୍ଧା ରେଳପଥରେ ଆରମ୍ଭ ହେବ ରେଳଯାତ୍ରା। ବଲାଙ୍ଗିରରୁ ଭଇଁଷାପାଲି ଦୂରତା ୧୯ କିଲୋମିଟର ରେଳ ଲାଇନ୍‌ ବିଛାଇବା କାମ ସରିଯାଇଛି। ତେଣୁ ଭଇଁଷାପାଲି ଷ୍ଟେସନର କାମ ଜୋର୍‌ସୋର୍‌ରେ ଚାଲିଛି। ନୂଆକରି ପଡିଥିବା ରେଳ ଲାଇନ୍‌ରେ ଟ୍ରାଏଲ ରନ୍ ବି ଆରମ୍ଭ ହୋଇଛି।

ଦଶହରାରେ ଆରମ୍ଭ ହୋଇପାରେ ରେଳ ସେବା। ତେଣୁ ଧୀରେ ଧୀରେ ବାସ୍ତବତା ହେବାକୁ ଯାଉଛି ପ୍ରାକ୍ ସ୍ୱାଧୀନତାର ପରିକଳ୍ପନା। ନିଜ ଗାଁ ଦେଇ ରେଳରେ ଯିବେ ଲୋକେ। ରେଳ ସେବା ଆରମ୍ଭ ହେବାର ଖବର ପାଇବା ପରେ ଲୋକଙ୍କ ଭିତରେ ଉତ୍ସାହ ବଢିଯାଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ, ସମସ୍ତେ ଖୁସି ଅନୁଭବ କରୁଛନ୍ତି। କିନ୍ତୁ ଭଇଁଷାପାଲି ଆଗକୁ ସୋନପୁର ଜିଲ୍ଲାକୁ ଜମି ଅଧିଗ୍ରହଣକୁ ନେଇ ସମସ୍ୟା ରହିଛି। ତଥାପି କାମକୁ ତ୍ୱରାନ୍ୱିତ କରିବା ପାଇଁ ଅଣ୍ଟା ଭିଡ଼ିଛି ସୋନପୁର ପ୍ରଶାସନ।

ସୋନପୁର ଜିଲ୍ଲାର ମୋଟ୍‌ ୩୦ ଗାଁର ବେସରକାରୀ ଜମି ଦଖଲ ପାଇଁ ସର୍ଭେ କରାଯାଇଛି। ଏବେ ୧୪ଟି ଗାଁରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ୪ ଟି ଗାଁରେ ଜମି ଅଧିଗ୍ରହଣ ଶେଷ ହୋଇଛି। ସେଥିରୁ ୧୦୪ ଏକର ଜମିକୁ ପ୍ରଶାସନିକ ମଞ୍ଜୁରି ମିଳିଛି। ତେଣୁ ମଞ୍ଜୁରି ମିଳିଥିବା ଜମିକୁ ରେଳ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।

୨୮୯ କିଲୋମିଟର ବିଶିଷ୍ଟ ଏହି ରେଳପଥକୁ ନିର୍ମାଣ ସଂପୂର୍ଣ୍ଣ କରିବା ପାଇଁ ୨୦୨୧ ମସିହାରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ବୌଦ୍ଧ ଜିଲ୍ଲାରେ କୌଣସି ଜମି ଅଧିଗ୍ରହଣ ହୋଇନଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି।



from Odisha Reporter https://ift.tt/2OBRsRm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages