ଦିଲ୍ଲୀପ୍‌ କୁମାରଙ୍କ ମା’ ହେବାକୁ କାହିଁକି ମନା କରିଥିଲେ ନରଗିସ୍‌ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଦିଲ୍ଲୀପ୍‌ କୁମାରଙ୍କ ମା’ ହେବାକୁ କାହିଁକି ମନା କରିଥିଲେ ନରଗିସ୍‌ ?

nargis

ମୁମ୍ବାଇ: ହିନ୍ଦୀ ଫିଲ୍ମ ଜଗତରେ ସୁପର୍‌ହିଟ୍‌ ତଥା ଲୋକପ୍ରିୟ ଫିଲ୍ମ କଥା ଆସିଲେ ‘ମଦର ଇଣ୍ଡିଆ’ ନାଁ ନିଶ୍ଚୟ ଆସେ। ଏହା ଛଡ଼ା ଫିଲ୍ମଟି ଅନେକ ରେକର୍ଡ ବି ହାସଲ କରିଛି।

ଏହି ଫିଲ୍ମ ଯେତିକି ସୁପରହିଟ୍‌ ତା’ଠାରୁ ଫିଲ୍ମ ସେଟ୍‌ରେ ଘଟିଥିବା ବିଭିନ୍ନ ଘଟଣା ଓ ଗସିପ୍‌ ବେଶ୍‌ ଚର୍ଚ୍ଚିତ। ଏହି ଫିଲ୍ମକୁ ନେଇ ଅନେକ କଥା ଶୁଣିବାକୁ ମିଳେ। ଫିଲ୍ମର ଷ୍ଟାରକାଷ୍ଟ୍‌ଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା। ୧୯୫୭ ଫେବୃଆରୀ ୧୪ରେ ଏହି ଫିଲ୍ମ ରିଲିଜ୍‌ ହୋଇଥିଲା। ନରଗିସ୍‌ ଓ ସୁନୀଲ୍‌ ଦତ୍ତଙ୍କ ପ୍ରେମ କାହାଣୀ ଓ ବିବାହ ବି ଏହି ଫିଲ୍ମର ଗୋଟିଏ ଅଂଶ।  ଯଦି ଏହି ଫିଲ୍ମ ହୋଇନଥାନ୍ତା ବୋଧହୁଏ ନରଗିସ୍‌ କେବେ ନରଗିସ୍‌ ଦତ୍ତ ହୋଇପାରି ନଥାନ୍ତେ।

dillipକଥା ହେଉଛି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ମେହେବୁବ୍‌ ଖାନ୍‌ ଯେବେ  ଫିଲ୍ମର ଷ୍ଟାରକାଷ୍ଟ୍‌ ଫାଇନାଲ୍‌ କଲେ ସୁନୀଲ ଦତ୍ତଙ୍କ ଚରିତ୍ରକୁ ଦିଲ୍ଲୀପ୍‌ କୁମାରଙ୍କୁ ଦେବାକୁ ଚିନ୍ତା କରିଥିଲେ। ଆଉ ନିର୍ଦ୍ଦେଶକ ମେହେବୁବ୍‌ ଏଥିପାଇଁ ପୂରା ପ୍ରସ୍ତୁତ ହୋଇଯିବା ପରେ  ନରଗିସ୍‌ ଏହା ଉପରେ ଆପତ୍ତି ଜଣାଇଥିଲେ।

କାରଣ ଏହି ଫିଲ୍ମରେ ନର୍‌ଗିସ୍‌ ମା’ ଭୂମିକାରେ ଅଭିନୟ କରିବାକୁ ଥିବାବେଳେ ଦିଲ୍ଲୀପ୍‌ଙ୍କୁ ନର୍‌ଗିସ୍‌ଙ୍କ ପୁଅ ଭୂମିକାରେ ଅଭିନୟ କରିବାର ଥିଲା। ନରଗିସ୍‌ଙ୍କ କହିବା ଅନୁସାରେ ଦିଲ୍ଲୀପ୍‌ଙ୍କ ସହ ସେ ଅନେକ ଫିଲ୍ମରେ ତାଙ୍କ ପ୍ରେମିକା ଚରିତ୍ରରେ ଅଭିନୟ କରିଛନ୍ତି। ତେଣୁ ଏହି ଫିଲ୍ମରେ ସେ ତାଙ୍କ ମା’ ଭୂମିକାରେ ଆଉ ଅଭିନୟ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଆଉ ସେ ସମୟରେ ଦିଲ୍ଲୀପ୍‌ ଓ ନରଗିସ୍‌ଙ୍କୁ ରୋମାଣ୍ଟିକ୍‌ କପଲ ଭାବେ ଲୋକେ ଗ୍ରହଣ କରୁଥିଲେ।

sunil1ଆଉ ଦୁହିଁଙ୍କ ସିନେମା ଇମେଜ୍‌ ଖୁବ୍‌ ଷ୍ଟ୍ରଙ୍ଗ ଥିଲା। ତେଣୁ ନରଗିସ୍‌ଙ୍କୁ ଲାଗିଲା ତାଙ୍କ ପୁଅ ଚରିତ୍ରରେ ଦିଲ୍ଲୀପ୍‌ କୁମାରଙ୍କୁ ଲୋକେ ସେତିକି ପସନ୍ଦ କରିବେ ନାହିଁ। ଏହି କାରଣରୁ ଫିଲ୍ମ ବି ଫ୍ଲପ୍‌ ହୋଇପାରେ ବୋଲି ନର୍ଗିସ୍‌ ଅନୁଭବ କଲେ। ତେଣୁ ନର୍ଗିସ୍‌ ମନା କରିବାପରେ  ସେହି ଚରିତ୍ର ପାଇଁ ଷ୍ଟାର ଖୋଜିବା ମେହେବୁବ୍‌ଙ୍କ ଲାଗି କଷ୍ଟ ସାଧ୍ୟ ହୋଇ ପଡ଼ିଲା।

ଦିଲ୍ଲୀପ୍‌ଙ୍କ ସ୍ଥାନରେ ହିରୋ କିଏ ହେବ ତାକୁ ନେଇ ସେ ଭାଳେଣି ପଡ଼ିଯାଇଥିଲେ। ସୁନୀଲ୍‌ ଦତ୍ତ ସେ ସମୟରେ ଜଣେ ନ୍ୟୁ କମର୍‌ ଥିଲେ।  କିନ୍ତୁ ଅଡିସନ୍‌ରେ ମେହେବୁବ୍‌ ଓ ନର୍‌ଗିସ୍‌ ଦୁହିଁଙ୍କୁ ସୁନୀଲ୍‌ ଦତ୍ତଙ୍କ ଅଭିନୟ ପସନ୍ଦ ଆସିଥିଲା। ତେଣୁ ଦିଲ୍ଲୀପ୍‌ କୁମାରଙ୍କ ସ୍ଥାନରେ ସୁନୀଲ୍‌ଙ୍କୁ ନିଆଯାଇଥିଲା। ଫିଲ୍ମ ରିଲିଜ୍‌ ହେବା ପରେ ଇତିହାସ ସୃଷ୍ଟି କରିଥିଲା।  ଆଉ ଏହି ଫିଲ୍ମରୁ ଆରମ୍ଭ ହୋଇଥିଲା ନରଗିସ୍‌ ଓ ସୁନୀଲଙ୍କ ପ୍ରେମ କାହାଣୀ।

 

 

 

 

 



from Odisha Reporter https://ift.tt/2NhNf0o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages