
ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକରେ ମେଡିକାଲ୍ କଲେଜ ପ୍ରତିଷ୍ଠା ଦାବି ଦିନକୁ ଦିନ ତେଜିବାରେ ଲାଗିଛି। ଏହି ଦାବିରେ ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ଫଳରେ ସାରା ଜିଲ୍ଲାରେ ଦେକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।
ଭଦ୍ରକ ରେଳ ଷ୍ଟେସନରେ ସଂଘର୍ଷ ସମିତି ସଦସ୍ୟଙ୍କ ବିକ୍ଷୋଭ କରିଛନ୍ତି। ଫଳରେ ଭଦ୍ରକ-ପଲାସା ଡିଏମ୍ୟୁ ଅଟକ ରହିଛି।
ବନ୍ଦ ଡାକରାକୁ ଜିଲ୍ଲା ବିଜେଡି, ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନମାନେ ସମର୍ଥନ ଜଣାଇଛନ୍ତି।
ବନ୍ଦ ବେଳେ କୌଣସି ହିଂସାକାଣ୍ଡ ନ ଘଟାଇବାକୁ ଲୋକଙ୍କୁ ସମିତି ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏମିତି କି ରାସ୍ତାରେ ଟାୟାର ନଜାଳିବାକୁ ମଧ୍ୟ କୁହାଯାଇଛି।
from Odisha Reporter https://ift.tt/2Jkw5it
No comments:
Post a Comment