ଦୀପାବଳିରେ ଏଥିପାଇଁ ମହାକାଳୀଙ୍କୁ ପୂଜା କରାଯାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ଦୀପାବଳିରେ ଏଥିପାଇଁ ମହାକାଳୀଙ୍କୁ ପୂଜା କରାଯାଏ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀପାବଳିରେ କୋଲକାତା ସମେତ ସାରା ପଶ୍ଚିମବଙ୍ଗରେ ମା’ ମହାକାଳୀଙ୍କ ଆରାଧନା କରାଯାଇଥାଏ। ତେବେ ଆଲୋକର ଏହି ପର୍ବରେ ମା’ ଏହି ମହାକାଳୀ ରୂପରେ କାହିଁକି ପୂଜା ପାଆନ୍ତି, ସେନେଇ ପୌରାଣିକ କାହାଣୀ ମଧ୍ୟ ରହିଛି।

ପୁରାଣ ଅନୁସାରେ, ରାକ୍ଷସ ଶୁମ୍ଭ ଓ ନିଶୁମ୍ଭଙ୍କ ଅତ୍ୟାଚାରରେ କେବଳ ପୃଥିବୀବାସୀ ନୁହନ୍ତି, ସ୍ୱର୍ଗର ଦେବତାମାନେ ମଧ୍ୟ ଅତିଷ୍ଠ ହୋଇ ପଡ଼ିଥିଲେ। ପରମପିତା ବ୍ରହ୍ମାଙ୍କ ଆଶୀର୍ବାଦରେ ବଳୀୟାନ୍‌ ହୋଇଥିବା ଶୁମ୍ଭ-ନିଶୁମ୍ଭ ସ୍ୱର୍ଗ ଉପରେ ଆକ୍ରମଣ କରି ଦେବରାଜ ଇନ୍ଦ୍ରଙ୍କୁ ପରାସ୍ତ କରିବାକୁ ଚାହୁଁଥିଲେ।

ଏହି ଦୁଇ ରାକ୍ଷସଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ଦେବତାମାନେ ମହାମାୟା ମା’ ଦୁର୍ଗାଙ୍କୁ ସ୍ମରଣ କରିଥିଲେ। ଦୁର୍ଗା ନିଜ ଅଂଶର ଅନ୍ୟ ଏକ ସ୍ପରୂପ ଅର୍ଥାତ୍‌ ମା’ ମହାକାଳୀ ରୂପ ନେଇ ଶୁମ୍ଭ-ନିଶୁମ୍ଭ ରାକ୍ଷସଙ୍କୁ ବଧ କରିଥିଲେ।

ତେବେ ଶୁମ୍ଭ-ନିଶୁମ୍ଭ ଅସୁରଙ୍କୁ ନିପାତ କରି ସାରିବା ପରେ ମଧ୍ୟ ମା’ କାଳୀଙ୍କ ରକ୍ତମୁଖା ସ୍ୱଭାବ ଶାନ୍ତ ପଡ଼ି ନ ଥିଲା। ମା’ଙ୍କ ଏହି ରୂପ ଦେଖି ଦେବତାମାନେ ମଧ୍ୟ ଭୟ  ପାଇ ଯାଇଥିଲେ। ଶେଷରେ ମା କାଳୀଙ୍କୁ ତାଙ୍କ ପୂର୍ବ ସ୍ୱରୂପକୁ ଫେରାଇ ଆଣିବା ପାଇଁ ଭଗବାନ ଶିବ ମା’ଙ୍କ ଯିବା ବାଟର ଭୂମିରେ ଶୟନ କଲେ । ମା’ କାଳୀ ତାଙ୍କ ଯିବା ରାସ୍ତାରେ ଗଳାବେଳେ ମହାଦେବଙ୍କ ଛାତି ଉପରେ ଗୋଡ଼ ରଖି ଦେଇଥିଲେ। ଆଉ ନିଜ ସ୍ୱାମୀଙ୍କ ଉପରେ ଗୋଡ଼ ରଖିବା ପରେ ମା’ ନିଜ ପୂର୍ବ ରୂପକୁ ସ୍ମରଣ କରି ପାରିଥିଲେ ଏବଂ ଲଜ୍ଜାରେ ନିଜ ଜିଭ ଆଗକୁ ବାହାର କରି ଦେଇଥିଲେ।

ସେହିଦିନଠାରୁ ମା’ଙ୍କର ଏହି ରୂପକୁ କାଳୀ ପୂଜା ଅର୍ଥାତ୍‌ ଦୀପାବଳିରେ ପୂଜା କରାଯାଇଥାଏ। ଅମାବାସ୍ୟା ରାତିରେ କାଳୀଙ୍କର ପୂଜା ହେଉଥିବାରୁ ତାନ୍ତ୍ରିକମାନେ ମଧ୍ୟ ଏହି ଦିନ ମା’ଙ୍କର ଉପାସନା କରିଥା’ନ୍ତି।

ଭାରତରେ ଅନେକ ସ୍ଥାନରେ ଦୀପାବଳିକୁ ଆଲୋକ ଓ ଆତସବାଜି ସହ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ପଶ୍ଚିମବଙ୍ଗ ଓ ଆସାମ ଭଳି ପୂର୍ବ ଭାରତୀୟ ରାଜ୍ୟରେ ଏହି ଦିନ କାଳୀଙ୍କର ପୂଜା କରାଯାଇଥାଏ।

ମା’ କାଳୀଙ୍କର ଅନେକ ମନ୍ଦିର କୋଲକାତା ସମେତ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରହିଛି। ପ୍ରସିଦ୍ଧ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର କୋଲକାତାର ଗଙ୍ଗାନଦୀ କୂଳରେ ଥିବାବେଳେ ପଶ୍ଚିମ କୋଲକାତାରେ କାଳୀଘାଟ ମନ୍ଦିର ଏବଂ ଦ୍ୱାରକା ନଦୀ କୂଳରେ ତାରା ପୀଠ ରହିଛି। ସେହିପରି ଆସାମରେ କାମାକ୍ଷା ମନ୍ଦିର ରହିଛି। ଏସବୁ ମନ୍ଦିରଗୁଡ଼ିକୁ ହିନ୍ଦୁ ପୁରାଣରେ ଶକ୍ତିପୀଠ ବୋଲି କୁହାଯାଇଛି। ଏହି ଠାରେ ଭଗବାନ ଶିବ ଏବଂ ମା’ ଶକ୍ତି ଏକାଠି ପୂଜା ପାଆନ୍ତି।

ଲୋକକଥା ଅନୁସାରେ, ନବଦ୍ୱୀପର ରାଜା କୃଷ୍ଣଚନ୍ଦ୍ର ୧୮୦୦ ଶତାବ୍ଦୀରେ ମହାକାଳୀଙ୍କର ପୂଜା ପଶ୍ଚିମବଙ୍ଗରେ ଆରମ୍ଭ କରିଥିଲେ। ସେହିଦିନଠାରୁ କୋଲକାତା ସମେତ ପଶ୍ଚିମବଙ୍ଗର ବହୁ ଜମିଦାର୍‌ ଏହି ପରମ୍ପରାକୁ ବଜାୟ ରଖି ମା’କାଳୀଙ୍କର ପୂଜା କରି ଆସୁଛନ୍ତି।

ଦୀପାବଳିର ଆଗମନରେ ମହାକାଳୀଙ୍କୁ ପୂଜା କଲେ, ମା’ ସୁଖସମୃଦ୍ଧି ପ୍ରଦାନ କରିଥା’ନ୍ତି ବୋଲି ବଙ୍ଗାଳୀ ସମ୍ପ୍ରଦାୟର ଲୋକେ ବିଶ୍ୱାସ କରନ୍ତି।
ଏହାମଧ୍ୟ କୁହାଯାଏ ଯେ, ଏହି ଦିନ କାଳୀ ତାଙ୍କ ଅନୁଗାମୀଙ୍କର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର କରିଥା’ନ୍ତି। ଏଥିପାଇଁ ମା’ଙ୍କ ଆଗରେ ଅଖଣ୍ଡ ଦୀପ ମଧ୍ୟ ବସାଯାଇଥାଏ।
ଅନେକ ବିଶ୍ୱାସ କରନ୍ତି, ମା’ କାଳୀ ପୃଥିବୀରେ ନ୍ୟାୟ ଓ ଜୀବନର ପୁନଃନିର୍ମାଣ କରିଥା’ନ୍ତି। ଯେଉଁଥିରେ ପ୍ରତ୍ୟେକ ମଣିଷକୁ ଶାନ୍ତି ଓ ସଂହତିର ସହ ରହିବା ପାଇଁ ଏକ ସନ୍ଦେଶ ଦିଆଯାଏ। ଏହି କାରଣରୁ ପୂର୍ବ ଭାରତର କିଛି ଦିନ୍ଦୁ ଧର୍ମାବଲମ୍ବୀ ଦୀପାବଳି ଅପେକ୍ଷା କାଳୀ ପୂଜାକୁ ଅଧିକ ଗୁରୁତ୍ୱ ଦେଇଥା’ନ୍ତି।



from Odisha Reporter https://ift.tt/2JkMwLp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages