
ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ବିଶ୍ୱର ବୃହତ ତୈଳ ରପ୍ତାନିକାରୀ ରାଷ୍ଟ୍ର ସାଉଦି ଆରବ ଭାରତକୁ ଅଧିକ ୪୦ ଲକ୍ଷ ବ୍ୟାରେଲ ତୈଳ ରପ୍ତାନି କରିବ। ୨୦୧୮ ନଭେମ୍ବରରେ ଭାରତ ଏହି ଅତିରିକ୍ତ ତୈଳ କ୍ରୟ କରିବ ବୋଲି ବୁଧବାର ଜଣେ ବରିଷ୍ଠ ସରକାରୀ ଅଧିକାରୀ ସ୍ପଷ୍ଟ କରିଛନ୍ତି। ନଭେମ୍ବର ୪ରୁ ଏହି ତୈଳ ସାଉଦି ଆରବରୁ ଆସିବାର ସମ୍ଭାବନା ରହିଛି।
ଦେଶର ତିନି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ, ଭାରତ ପେଟ୍ରୋଲିୟମ କର୍ପୋରେଶନ(ବିପିସି), ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ(ଏଚ୍ପିସି), ଇଣ୍ଡିଆନ୍ ଅଏଲ୍ କର୍ପୋରେଶନ(ଆଇଓସି) ସମେତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପ୍ରତ୍ୟେକ ନଭେମ୍ବରରେ ଅତିରିକ୍ତ ୧୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଆବଶ୍ୟକ କରୁଛନ୍ତି ବୋଲି ସୂତ୍ରରୁ ପ୍ରକାଶ।
ସୂଚନାଯୋଗ୍ୟ ମାସକୁ ଅତି କମରେ ଭାରତ କେବଳ ସାଉଦି ଆରବରୁ ୨ କୋଟି ୫୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରିଥାଏ।
from Odisha Reporter https://ift.tt/2QJ4EkN
No comments:
Post a Comment