୧୦ ଟଙ୍କିଆ କଏନ୍ ମୁଦ୍ରଣ କମାଇଲା ଆର୍‌ବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

୧୦ ଟଙ୍କିଆ କଏନ୍ ମୁଦ୍ରଣ କମାଇଲା ଆର୍‌ବିଆଇ

କଲିକତା(ଓଡ଼ିଶା ରିପୋର୍ଟର), କିଛି ଦିନ ପୂର୍ବରୁ ବଜାରରେ ୧୦ ଟଙ୍କିଆ ମୁଦ୍ରା ଅଚଳ ହୋଇଯାଇଥିବା ନେଇ ଭାରି ଜୋର୍‌ରେ ଗୁଜବ ଉଠିଥିଲା। ହାଟ ବଜାରରେ ଏହି ୧୦ ଟଙ୍କିଆ କଏନ୍‌କୁ କେହି ଗ୍ରହଣ କରୁ ନଥିଲେ। ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହି କଏନ୍‌ ଉତ୍ପାଦନ ହ୍ରାସ କରିଦେଇଛି।

୧୦ ଟଙ୍କିଆ କଏନ୍ ବଦଳରେ ଲୋକେ ଟଙ୍କିକିଆ, ଦି’ଟଙ୍କିଆ ଏବଂ ୫ ଟଙ୍କିଆ ବେଶି ପସନ୍ଦ କରୁଥିବାରୁ ସରକାର ଏହାର ମୁଦ୍ରଣ ପ୍ରାୟ ଅଧା କମାଇଦେଇଛନ୍ତି। ଅନ୍ୟ ପକ୍ଷରେ ଏଥିପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ୍ ମଧ୍ୟ ଉପଲବ୍ଧ ହେଉନାହିଁ। ଫଳରେ ନିରୁପାୟ ହୋଇ ଆର୍‌ବିଆଇ ୧୦ଟଙ୍କିଆ କଏନ୍ ମୁଦ୍ରଣ ବନ୍ଦ କରି ଦେଇଛି ବୋଲି ପ୍ରକାଶ କରିଛି।

କୋଲକାତା, ମୁମ୍ବାଇ, ହାଇଦ୍ରାବାଦ ଏବଂ ନୋଏଡାରେ ରହିଥିବା ୪ଟି ସରକାରୀ ମୁଦ୍ରଣ ୟୁନିଟ୍ ୧୦ ଟଙ୍କିଆ କଏନ ମୁଦ୍ରଣର ପରିମାଣ ହ୍ରାସ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ ବୋଲି ପ୍ରକାଶ କରିଛନ୍ତି।
ପୂର୍ବରୁ ୪୦୦ କୋଟି ପିସ୍ ୧୦ ଟଙ୍କିଆ କଏନ୍ ମୁଦ୍ରଣ ପାଇଁ ଯୋଜନା ହୋଇଥିବା ବେଳେ ଏବେ ଏହାକୁ ୨୦୦ କୋଟି ପିସ୍‌କୁ ହ୍ରାସ କରିଦିଆଯାଇଛି ବୋଲି ଆର୍‌ବିଆଇ କହିଛି।



from Odisha Reporter https://ift.tt/2A3wpz2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages