ନିର୍ମାଣ ଶ୍ରମିକଙ୍କ କାମ ଛଡ଼ାଇନେବ ଏହି ରୋବୋଟ୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ନିର୍ମାଣ ଶ୍ରମିକଙ୍କ କାମ ଛଡ଼ାଇନେବ ଏହି ରୋବୋଟ୍ !

(ଓଡ଼ିଶା ରିପୋର୍ଟର)- ନିର୍ମାଣ ଶ୍ରମିକଙ୍କର କେତେ ଚାହିଦା କେବଳ ଘର ତିଆରି କରୁଥିବା ବ୍ୟକ୍ତି ହିଁ କହିପାରିବେ। କିନ୍ତୁ ଟେକ୍ନୋ ସମୃଦ୍ଧ ରାଷ୍ଟ୍ର ଜାପାନ୍‌ରେ ଏମିତି ଏକ ରୋବୋଟ୍ ବିକଶିତ କରାଯାଇଛି ଯାହା ନିର୍ମାଣ ଶ୍ରମିକଙ୍କ କାମକୁ ଅକ୍ଳେଶରେ କରିପାରୁଛି।

ଏଚ୍‌ଆର୍‌ପି-୫ପି ନାମକ ଏହି ରୋବୋଟ୍‌ ପ୍ରକୃତରେ ଏକ ହ୍ୟୁମ୍ୟାନୋଏଡ୍‌। ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଏହା ନିୟୋଜିତ ହୋଇପାରିବ ଏବଂ କର୍ମଚାରୀ ବା ଶ୍ରମିକଙ୍କ ଅଭାବକୁ ଅନୁଭବ କରିବାକୁ ଦେବନି।

ଏଚ୍‌ଆର୍‌ପି-୫ପି ପ୍ଲାଇରେ ଅସ୍ଥାୟୀ କାନ୍ଥ ନିର୍ମାଣଠାରୁ ଆରମ୍ଭ କରି ଏସବୁକୁ ସ୍କୃଡ୍ରାଇଭର ଜରିଆରେ ଯୋଡ଼ିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରିପାରୁଛି। ଆଉ ଏସବୁ କାମ ଏତେ ନିଖୁଣ ଭାବେ କରୁଛି, ଯାହା ସାଧାରଣ ମନୁଷ୍ୟ ପକ୍ଷେ ସହଜ ନୁହେଁ। ଜାପାନ୍‌ରେ ସାଧାରଣତଃ କାମ କରିବାକୁ ଲୋକଙ୍କ ଅଭାବଜନିତ ସମସ୍ୟା ଦୂରେଇବା ପାଇଁ ଏହି ରୋବୋଟ୍‌ ନିର୍ମାଣ କରାଯାଇଛି।

ଅନ୍ୟ ରାଷ୍ଟ୍ରରେ ମଧ୍ୟ ଏହା ଖୁବ୍‌ ଲୋକପ୍ରିୟ ହେବ, ଯଦିଓ ଏହାର କାମ କରିବାର ଶୈଳୀ ଟିକେ ଅଖାଡ଼ୁଆ ମନେ ହୋଇପାରେ।



from Odisha Reporter https://ift.tt/2Qscf6Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages