କଂଗ୍ରେସରୁ ପ୍ରାର୍ଥୀ ହେବେନି ୪ ବିଧାୟକ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

କଂଗ୍ରେସରୁ ପ୍ରାର୍ଥୀ ହେବେନି ୪ ବିଧାୟକ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଦେଶ କଂଗ୍ରେସ ପକ୍ଷରୁ ୪୪ଜଣିଆ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ ଦଳର ଆଭ୍ୟନ୍ତରୀଣ ରାଜନୀତି ସରଗରମ ରହିଛି। ଗଣମାଧ୍ୟମରେ ପ୍ରକାଶିତ ଓ ସୋଶାଲ ମିଡିଆରେ ଘୁରି ବୁଲୁଥିବା ତାଲିକା ଓ ପିସିସିର ସମ୍ଭାବ୍ୟ ତାଲିକା ମଧ୍ୟରେ କୌଣସି ସାମଞ୍ଜସ୍ୟ ନାହିଁ ବୋଲି ଆଜି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏପଟେ କଂଗ୍ରେସର ୪ଜଣ ବିଧାୟକ ଦଳୀୟ ଟିକେଟରେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ମଧ୍ୟ ସୂଚନା ମିଳିଛି।

ପିସିସିର ଜଣେ ବରିଷ୍ଠ ପଦାଧିକାରୀ ନିଜ ନାମ ଗୋପନୀୟ ରଖିବା ସର୍ତ୍ତରେ କହିଛନ୍ତି ଯେ ପ୍ରଦେଶ ନିର୍ବାଚନ କମିଟି ପ୍ରଥମ ପର୍ଯ୍ୟାୟରେ ଯେଉଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦେଇଛି ସେଥିରେ ସମସ୍ତ ୧୫ଜଣ ବିଧାୟକଙ୍କୁ ସାମିଲ କରାଯାଇଛି। କିନ୍ତୁ ଏହି ବିଧାୟକଙ୍କ ମଧ୍ୟରୁ ୩-୪ଜଣ ପୁଣିଥରେ ଦଳୀୟ ଟିକେଟରେ ଲଢ଼ିବା ପାଇଁ କୁଣ୍ଠାବୋଧ କରୁଛନ୍ତି। ସେମାନେ ଏନେଇ ଖୋଲାଖୋଲି ଭାବେ ଦଳୀୟ ନେତୃତ୍ୱଙ୍କୁ ଅବଗତ ମଧ୍ୟ କରିସାରିଲେଣି।ଅବଶ୍ୟ ସେମାନେ ଦଳରେ ରହିବେ କିନ୍ତୁ ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି।

ଯେହେତୁ ସେମାନେ ପୁଣିଥରେ ଦଳୀୟ ଟିକେଟ୍ ନେବାକୁ ଆଗ୍ରହୀ ନୁହନ୍ତି ତେଣୁ ସେମାନଙ୍କ ସ୍ଥାନରେ ଦଳର ଅନ୍ୟ ନେତାଙ୍କୁ ପ୍ରାର୍ଥୀ କରାଯାଉଛି। ସ୍କ୍ରିନିଂ କମିଟି ଓଡ଼ିଶା ଗସ୍ତରେ ଆସିଥିବାବେଳେ ମଧ୍ୟ ଏନେଇ ପ୍ରାରମ୍ଭିକ ଆଲୋଚନା ହୋଇଥିଲା। କିନ୍ତୁ କୌଣସି ବିଧାୟକଙ୍କ ନାଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରୁ ବାଦ୍ ଦେଲେ ଭୁଲ୍ ସନ୍ଦେଶ ଯିବାର ଆଶଙ୍କା କରି ସମସ୍ତଙ୍କୁ ସେଥିରେ ସାମିଲ କରାଯାଇଛି ।

ଏହି ବିଧାୟକମାନେ ପରାଜୟ ଭୟରେ ଲଢ଼ିବାକୁ ଚାହୁଁନଥିବା ସଫେଇ ଦେଉଛନ୍ତି। ମାତ୍ର ଏହି ବିଧାୟକମାନେ ଏବେ ଅନ୍ୟ ଦଳ ସହ ଯୋଗସୂତ୍ରରେ ରହିଥିବା ପିସିସି ନଜରକୁ ଆସିଛି। କିନ୍ତୁ ବଳିଷ୍ଠ ତଥ୍ୟପ୍ରମାଣ ନଥିବାରୁ କିଛି ପ୍ରତିକ୍ରିୟା ଦେବା ସମ୍ଭବପର ହେଉନି। ଏହି ବିଧାୟକଙ୍କ ମଧ୍ୟରେ ଉପକୂଳ ଓ ପଶ୍ଚିମ ଓଡ଼ିଶାର ମୋଟ ୪ଜଣ ବିଧାୟକ ରହିଥିବା ଜଣାପଡ଼ିଛି।ଏସବୁ ସ୍ଥାନରେ ଏଆଇସିସି ପକ୍ଷରୁ ୨ଥର ସର୍ଭେ ହୋଇଥିବାବେଳେ ପିସିସି ପକ୍ଷରୁ ମଧ୍ୟ ଥରେ ସର୍ଭେ କରାଯାଇଛି।ଏହି ବିଧାୟକମାନଙ୍କ ବିକଳ୍ପ ପ୍ରାର୍ଥୀ ମଧ୍ୟ କମିଟିର ନଜରରେ ରହିଛନ୍ତି। ଉଚିତ୍ ସମୟରେ ଦଳ ଆବଶ୍ୟକ ପଦକ୍ଷେପ ନେବ ବୋଲି ସେ କହିଛନ୍ତି।

ଗଣମାଧ୍ୟମରେ କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସାରିତ ହେବାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଏହି ପ୍ରାୟୋଜିତ ତାଲିକା ମାଧ୍ୟମରେ କିଛି ଲୋକ ନିଜର ମନ୍ଦ ଉଦ୍ଦେଶ୍ୟକୁ ପ୍ରତିପାଦନ କରିଛନ୍ତି। କିନ୍ତୁ ସେମାନେ ବିଶେଷ କିଛି ଫାଇଦା ପାଇବେ ନାହିଁ ବୋଲି ସେ ପରୋକ୍ଷରେ ଚେତାବନୀ ଦେଇଛନ୍ତି।

ଓଡ଼ିଶା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ମଧ୍ୟ ଆଜି ଦଳୀୟ ଟିକେଟ୍ ଦାବିଦାରଙ୍କ ପାଇଁ ଆଉ ଏକ ମାନଦଣ୍ଡ ସ୍ଥିର କରିଛନ୍ତି। ଦଳର ‘ପ୍ରୋଜେକ୍ଟ ଶକ୍ତି’ ଆପ୍ ମାଧ୍ୟମରେ ଯିଏ ୧୦ହଜାର ନୂଆ ସଭ୍ୟ ସଂଗ୍ରହ କରିବେ ସେ ପ୍ରାର୍ଥୀ ହେବା ପାଇଁ ଦାବିଦାର ହେବେ ବୋଲି ଶ୍ରୀ ସିଂହ କହିବା ପରେ କଂଗ୍ରେସ ଟିକେଟ ଆଶାୟୀ ଉତ୍ସାହିତ ହୋଇଛନ୍ତି। ଅବଶ୍ୟ ଅକ୍ଟୋବର ୨୮ତାରିଖ ମଧ୍ୟରେ ୧୦ହଜାର ନୂଆ କର୍ମୀ ସଂଗ୍ରହ କରିବା ଏକ ଚ୍ୟାଲେଞ୍ଜ ବୋଲି ଦଳର ନେତାମାନେ ସ୍ୱୀକାର କରିଛନ୍ତି।



from Odisha Reporter https://ift.tt/2zOkS6q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages