ସିବିଆଇ ଅନ୍ତର୍ଦ୍ୱନ୍ଦ୍ୱ ପ୍ରସଙ୍ଗ: ସୋମବାର ଯାଏ ଗିରଫ ହେବେନି ଆସ୍ଥାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ସିବିଆଇ ଅନ୍ତର୍ଦ୍ୱନ୍ଦ୍ୱ ପ୍ରସଙ୍ଗ: ସୋମବାର ଯାଏ ଗିରଫ ହେବେନି ଆସ୍ଥାନା

ନୂଆଦିଲ୍ଲୀ: ସିବିଆଇ ଅନ୍ତର୍ଦ୍ୱନ୍ଦ୍ୱକୁ ନେଇ ଏବେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଜି ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲା। ସିବିଆଇର ଦ୍ୱିତୀୟ କ୍ଷମତାକେନ୍ଦ୍ର ରାକେଶ ଆସ୍ଥାନା ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌କୁ ରଦ୍ଦ କରିବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆସନ୍ତା ସୋମବାର ଯାଏ ସିବିଆଇ ତା’ ନିଜ ସଂସ୍ଥାର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ଗିରଫ କରିପାରିବ ନାହିଁ ବୋଲି କହିଛନ୍ତି।

ବିଚାରପତି ଜଷ୍ଟିସ୍‌ ନଜିମ ୱାଜିର ଏଭଳି ଆଶ୍ୱସ୍ତି ଦେଇଥିଲେ ହେଁ ଏଫ୍‌ଆଇଆର୍‌ ରଦ୍ଦ ନେଇ ଆସ୍ଥାନା ଓ ଗିରଫ ସିବିଆଇ ଡିଏସ୍‌ପି ଦେବେନ୍ଦ୍ର କୁମାର କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି।

ଜଷ୍ଟିସ୍‌ ନଜିମ କହିଛନ୍ତି, ସିବିଆଇ ଭଳି ସଂସ୍ଥାର ଅଧିକାରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆସିବା ଏକ ନିହାତି ଅପ୍ରତ୍ୟାଶିତ ଘଟଣା। ତଥାପି ମାମଲାର ସ୍ଥିତାବସ୍ଥା ବଜାୟ ରଖିବାକୁ ସେ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ କହିଛନ୍ତି। ପରବର୍ତ୍ତୀ ଶୁଣାଣି ସୋମବାର କରାଯିବ। ସୋମବାର ଦିନ ୨ଟା ପର୍ଯ୍ୟନ୍ତ ସିବିଆଇ କୌଣସି ଆଳରେ ଆସ୍ଥାନାଙ୍କୁ ଗିରଫ କରିପାରିବ ନାହିଁ ବୋଲି ବିଚାରପତି କହିଛନ୍ତି।

ଶୁଣାଣି ବେଳେ ରାକେଶ ଆସ୍ଥାନାଙ୍କ ଓକିଲ କହିଥିଲେ, ଜଣେ ଅଭିଯୁକ୍ତଙ୍କ କଥାରେ ବିଶ୍ୱାସ କରି ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିବା ବେଆଇନ୍‌। ଆସ୍ଥାନାଙ୍କ ସୁପାରିସ୍‌ କ୍ରମେ ହିଁ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରଯାଇଥିଲା। ଏବେ ଏହି ଘଟଣାରେ ଆସ୍ଥାନାଙ୍କୁ ଯୋଡ଼ା ଯାଇଛି। କୌଣସି ତଦନ୍ତ ନ କରି ଏଭଳି ଏଫ୍‌ଆଇଆର୍‌ ରୁଜୁ କରିବା ବେଆଇନ୍‌ ବୋଲି ସେ କହିଥିଲେ। ସିବିଆଇ ପକ୍ଷରୁ କୋର୍ଟରେ ପକ୍ଷ ରଖି ସଂସ୍ଥାର ଓକିଲ କହିଥିଲେ, ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ସଙ୍ଗିନ। ଏଥିସହ ଅଭିଯୁକ୍ତଙ୍କ ନାଁରେ ଲାଞ୍ଚ କାରବାର ଭଳି ଗୁରୁତର ଅଭିଯୋଗ ରହିଛି। ତେଣୁ ଏଫ୍‌ଆଇଆର୍‌ ରଦ୍ଦ ହୋଇପାରିବ ନାହିଁ ବୋଲି ସେ କହିଥିଲେ।

କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କହିଥିଲେ, ଦୟା କରି ମାମଲାକୁ ଗୋଳମାଳିଆ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ପରବର୍ତ୍ତୀ ଶୁଣାଣି ଯାଏ ଆସ୍ଥାନା ତାଙ୍କର ମୋବାଇଲ୍‌ ଓ ଅନ୍ୟ ସମସ୍ତ ବୈଦ୍ୟୁତିକ ଉପକରଣକୁ ସଂରକ୍ଷିତ କରି ରଖିବେ ବୋଲି ବିଚାରପତି ନଜିମ କହିଛନ୍ତି।



from Odisha Reporter https://ift.tt/2Sc0ovO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages