
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପେଟ୍ରୋଲ ଓ ଡିଜେଲ ଉପରୁ ରାଜ୍ୟ ସରକାର ଭ୍ୟାଟ୍ କମାଇଲେ ତୈଳଦର କମିବ। ତୈଳ ଦର ବୃଦ୍ଧିକୁ ନେଇ ରାଜ୍ୟ ଓ କେନ୍ଦ୍ର ମୁହାଁମୁହିଁ ହୋଇଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଆଜି ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି-“ଛତିଶଗଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ସହ ଦେଶର ଅନ୍ୟ ରାଜ୍ୟରେ ବେସ ପ୍ରାଇସ୍ ସମାନ ଥିବା ସତ୍ତ୍ୱେ ସେଠାରେ ପେଟ୍ରୋଲଠାରୁ ଡିଜେଲର ମୂଲ୍ୟ କମ୍ ରହିଥିବା ବେଳେ ଓଡ଼ିଶାରେ ମହଙ୍ଗା କ’ଣ ପାଇଁ? ଯଦି ମୋତେ ଗାଳି କରି ନିଜର ପ୍ରମୋଶନ ପାଇଁ (ରାଜ୍ୟ) ଅର୍ଥମନ୍ତ୍ରୀ ଏହିପରି ଯୁକ୍ତି କରୁଛନ୍ତି, ତାହାହେଲେ ମୋର ୪ ପୁରୁଷ କାହିଁକି ୮ ପୁରୁଷ ଉଝାଳନ୍ତୁ କୌଣସି ଆପତ୍ତି ନାହିଁ। କିନ୍ତୁ ଓଡ଼ିଆ କିପରି ଏଥିରୁ ମୁକ୍ତି ପାଇବେ ଏହାର ଉତ୍ତରଦାୟିତ୍ୱ ରାଜ୍ୟ ସରକାର ନିଅନ୍ତୁ।”
ସେ ଆହୁରି କହିଛନ୍ତି-“ଡିଜେଲ୍ ଦର ପେଟ୍ରୋଲକୁ ଟପିବା ନେଇ ଖବର ଗତ ୪ ଦିନ ହେଲା ରାଜ୍ୟରେ ବିତର୍କର ବିଷୟ ପାଲଟିଛି। ଏଥିରେ କିଛି ଲୁଚାଇବାର ନାହିଁ। ରାଜ୍ୟ ସରକାର ଯଦି ଡିଜେଲ ଉପରୁ ଭ୍ୟାଟ୍ କମାଇବେ, ତାହାହେଲେ ଡିଜେଲର ମୂଲ୍ୟ କମିବ।”
ଧର୍ମେନ୍ଦ୍ର କହିଛନ୍ତି-“ଅନ୍ତଃରାଷ୍ଟ୍ରୀୟ ବଜାରକୁ ନେଇ ବ୍ରେସ୍ ପ୍ରାଇସ୍ ସ୍ଥିର ହୋଇଥାଏ। ମାତ୍ର ଅନ୍ୟ ରାଜ୍ୟରେ ବେସ ପ୍ରାଇସ୍ ଓଡ଼ିଶା ବେସ ପ୍ରାଇସ୍ ସହ ସମାନ ଥିବା ବେଳେ ସେଠାରେ ଡିଜେଲର ଦାମ କମ ରହୁଥିବା ବେଳେ ଓଡ଼ିଶା ସରକାର ଭ୍ୟାଟ୍ର ରି-ଭିଜିଟ ନକରିବା ଫଳରେ ଡିଜେଲ ମହଙ୍ଗା ହେଉଛି। କେନ୍ଦ୍ର ସରକାର ଟିକସ କମ୍ କରିଥିବା ବେଳେ ୨୦ଟି ରାଜ୍ୟ ସେମାନଙ୍କ ଟିକସ କମ କରିଥିଲେ। ସେଥିପାଇଁ ସେଠାରେ ଡିଜେଲ ଦର ନିୟନ୍ତ୍ରଣରେ ରହିଛି।”
ସେ କହିଛନ୍ତି-“ଆଗରୁ ରାଜ୍ୟ ସରକାର ୩୦୦୦ କୋଟି ଟଙ୍କା ଟ୍ୟାକ୍ସ ପାଉଥିଲେ। ଏବେ ରାଜ୍ୟ ସରକାର ଏହାକୁ ଆହୁରି ୪୦୦୦ କୋଟିରୁ ବୃଦ୍ଧି କରି ୭୦୦୦ କୋଟି ଟଙ୍କାରେ ପହଞ୍ଚିଲାଣି। ଭାରତ ସରକାର ଟିକସ କମାଇଲେ। ଆଜି ଅନ୍ତରାଷ୍ଟ୍ରୀୟ ବଜାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଭାବ କାରଣରୁ ତେଲ ଦର ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ କାହିଁକି ମହଙ୍ଗା ହେଉଛି? ରାଜ୍ୟ ସରକାର କିଛି ଦାୟିତ୍ୱ ନେବେ ନା ମୋତେ ଗାଳି ଗୁଲଜ କରିବେ?”
from Odisha Reporter https://ift.tt/2OFMl3o
No comments:
Post a Comment