
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟ୍କିପର୍ ମହେନ୍ଦ୍ର ସିଂହ ଧୋନି ଅନେକ ଥର ପ୍ରତିପକ୍ଷ ଦଳ ବ୍ୟାଟସ୍ମ୍ୟାନ୍ଙ୍କୁ ୱିକେଟ୍ ପଛରେ ଷ୍ଟମ୍ପିଂ କରି ପ୍ୟାଭିଲିୟନ୍ ପଠାଇବାର ନଜିର ରହିଛି। ତେବେ ସୋମବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ୪ର୍ଥ ଦିନିକିଆରେ ଧୋନିଙ୍କ ବିଜୁଳି ବେଗରେ ଷ୍ଟମ୍ପିଂ ସମଗ୍ର କ୍ରିକେଟ ଜଗତରେ ଚହଳ ପକାଇଛି। ଧୋନି ଗତକାଲି ଏକ ସେକେଣ୍ଡରୁ କମ ସମୟରେ ଅର୍ଥାତ ମାତ୍ର ୦.୮ ସେକେଣ୍ଡରେ ଇଣ୍ଡିଜ୍ ବ୍ୟାଟସ୍ମ୍ୟାନ୍ କେମୋ ପଲ୍ଙ୍କୁ ଷ୍ଟମ୍ପିଂ କରି ପ୍ୟାଭିଲିୟନ୍ ପଠାଇ ଦେଇଥିଲେ। ଏହାପୂର୍ବରୁ ଏଭଳି ବିଜୁଳି ବେଗରେ ଧୋନି କାହାକୁ ଷ୍ଟମ୍ପିଂ କରି ନଥିଲେ। ରବୀନ୍ଦ୍ର ଜାଡେଜାଙ୍କ ସ୍ପିନ୍କୁ ବୁଝି ନପାରି ପଲ୍ ବଲ୍ଟିକୁ ମିସ୍ କରି ଯାଇଥିଲେ। କ୍ରିଜ୍ ଠାରୁ ମାତ୍ର ସୂତାଏ ଦୂରତାରେ ଥିବାବେଳେ ଧୋନି ପଲ୍ଙ୍କୁ ଷ୍ଟମ୍ପିଂ କରିଦେଇଥିଲେ।
ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଫିଲ୍ଡ ଅମ୍ପାୟାର ଅବଶ୍ୟ ତୃତୀୟ ଅମ୍ପାୟାରଙ୍କ ସହଯୋଗ ଲୋଡ଼ିଥିଲେ। କିନ୍ତୁ ଧୋନି ଷ୍ଟମ୍ପିଂ ପରେ ଯେଉଁଭଳି ସ୍ମିତହାସ୍ୟ ଦେଇଥିଲେ, ସେଥିରୁ ପଲ୍ ଆଉଟ୍ ହୋଇଯାଇଥିବା ସ୍ପଷ୍ଟ ହୋଇଥିଲା। ପଲ୍ ମଧ୍ୟ ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତି ପୂର୍ବରୁ ପ୍ୟାଭିଲିୟନ୍ ଆଡ଼କୁ ଅଗ୍ରସର ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ପଲ୍ ୧୯ ରନ୍ରେ ବ୍ୟାଟିଂ କରୁଥିଲେ।

ଧୋନିଙ୍କ ଏହି ଭିଡିଓଟି ଭାଇରାଲ୍ ହୋଇଛି। ଅନେକ ଏହାକୁ ନେଇ ଏବେ ବି ଧୋନି ବିଶ୍ୱର ଶ୍ରେଷ୍ଠ ୱିକେଟ୍ କିପର୍ ବୋଲି କହିଛନ୍ତି। ଏଥିସହ ତାଙ୍କୁ କାହିଁକି ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ରୁ ବାଦ୍ ଦିଆଗଲା, ତାକୁ ନେଇ ପୁଣି ଥରେ ପ୍ରଶ୍ନ କରିଛନ୍ତି।
ଦେଖନ୍ତୁ ଭିଡିଓ:
#unbelievable stumping for thala DHONI # pic.twitter.com/r5hn85kFml
— Dhonikarthi (@Dhonikarthi9) October 30, 2018
from Odisha Reporter https://ift.tt/2EMbWmC
No comments:
Post a Comment