ରାହୁଲଙ୍କ ମିଥ୍ୟା ଆରୋପ : ମାନହାନି କେସ୍‌ କଲେ ଶିବରାଜ ସିଂହଙ୍କ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ରାହୁଲଙ୍କ ମିଥ୍ୟା ଆରୋପ : ମାନହାନି କେସ୍‌ କଲେ ଶିବରାଜ ସିଂହଙ୍କ ପୁଅ

ଭୋପାଲ୍‌: ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରେ ଏବେ ବିଭିନ୍ନ ରାଜନୀତିକ ଦଳଗୁଡ଼ିକର ମେଳା ଲାଗିଛି। କ୍ଷମତାସୀନ ବିଜେପିକୁ ଗାଦିଚ୍ୟୁତ କରି ଭୋଟ୍‌ରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ସେମାନେ ଭିନ୍ନଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଏହିକ୍ରମରେ କଂଗ୍ରେସକୁ ପୁଣି ଠାରେ କ୍ଷମତାସୀନ କରିବାକୁ ବ୍ୟାକୁଳ ରାହୁଲ ଗାନ୍ଧି ମଧ୍ୟ ବିଜେପି ଉପରେ ଜୋରଦାର ହମଲା କରୁଛନ୍ତି।

କିନ୍ତୁ ରାହୁଲ ଗାନ୍ଧି ଅଧିକ ଉତ୍ସାହିତ ହୋଇ ଏମିତି କିଛି କହିଦେଇଛନ୍ତି, ଯାହାକୁ ନେଇ ତାଙ୍କୁ ଆଇନ୍‌ର ଅଠାକାଠିରେ ଫସିବାକୁ ପଡ଼ିଛି। ରାହୁଲ ନିଜର ଭୁଲ ସ୍ୱୀକାର କରିଥିଲେ ହେଁ ଦ୍ୱନ୍ଦ୍ୱରେ ପଡ଼ି ଏମିତି ଭୁଲ ତଥ୍ୟ ତାଙ୍କ ପାଟିରୁ ଖସି ଯାଇଥିବା କହିଛନ୍ତି।

ରାହୁଲ ଗାନ୍ଧି ଝାବୁଆଠାରେ ଏକ ନିର୍ବାଚନୀ ସଭାରେ କହିଥିଲେ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅନେକ ଦୁର୍ନୀତି କରିଛନ୍ତି। ଏପରି କି ତାଙ୍କ ପୁଅଙ୍କ ନାଁ ପାନା ମା ପେର୍ପସରେ ଉଲ୍ଲେଖ ଥିଲେ ହେଁ ଆଜି ଯାଏ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏହା ବିଜେପି ପାଇଁ ଘଟୁଛି ବୋଲି ରାହୁଲ କହିଥିଲେ। ତେବେ ରାହୁଲଙ୍କ ଏପରି ବୟାନକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ତୀବ୍ର ନିନ୍ଦା କରିବା ସହ ଶ୍ରୀ ଗାନ୍ଧିଙ୍କ ନାଁରେ ମାନହାନି ମାମଲା କରିବେ ବୋଲି ଧମକ ଦେଇଥିଲେ।

ଏହି ଧମକ ପରେ ରାହୁଲ ଗାନ୍ଧି ଏକ ଭାବବିନିୟମ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଭୁଲକୁ ସ୍ୱୀକାର କରିଥିଲେ। ସେ କହିଥିଲେ, ବାସ୍ତବରେ ବିଜେପି ଏତେ ଦୁର୍ନୀତି କରୁଛି ଯେ ମୁଁ ଦ୍ୱନ୍ଦ୍ୱରେ ପଡ଼ିଯାଉଛି। ତେଣୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପୁଅଙ୍କ ନାଁ ପାନାମା

ପେର୍ପସରେ ଲିକ୍‌ରେ ଥିବା ବେଳେ ମୁଁ ଭୁଲବଶତଃ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ନାଁ ନେଇଥିଲି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପାନାମା ନୁହେଁ, ବରଂ ବ୍ୟାପମ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି। ରାହୁଲଙ୍କ ଭାଷଣରେ ଥିବା ଏହି ଭୁଲ ମନ୍ତବ୍ୟର ଭିଡିଓ ଭାଇରାଲ୍‌ ହେବା ପରେ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।

କିନ୍ତୁ ରାହୁଲ ଗାନ୍ଧି କ୍ଷମା ନ ମାଗିବାରୁ ତାଙ୍କ ପୁଅ କାର୍ତ୍ତିକେୟ ଆଜି ଭୋପାଲ୍‌ କୋର୍ଟରେ ମାନହାନି ମାମଲା ରୁଜୁ କରିଛନ୍ତି। କୋର୍ଟ ନଭେମ୍ବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଥିବା ବେଳେ ସେହିଦିନ କାର୍ତ୍ତିକେୟଙ୍କ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି।



from Odisha Reporter https://ift.tt/2P1WGHf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages