‘ଶାସକ ଦଳରେ ମାଳ ମାଳ ରାବଣ, ନବୀନ କ୍ୟାପ୍‌ଟେନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

‘ଶାସକ ଦଳରେ ମାଳ ମାଳ ରାବଣ, ନବୀନ କ୍ୟାପ୍‌ଟେନ୍‌’

dama

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ଏରସମାରେ ରାବଣପୋଡ଼ିକୁ ନେଇ ମୁହାଁମୁହିଁ ହୋଇଛନ୍ତି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି। ଆଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ରାବଣପୋଡ଼ି ଉତ୍ସବ ପାଇଁ ଏଥର ଦାମଙ୍କ ବଦଳରେ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରଶାସନ ଅନୁମତି ଦେବା ପରେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି। ପ୍ରଶାସନର ଏଭଳି ପଦକ୍ଷେପର ଜବାବରେ ଦାମ କହିଛନ୍ତି, ଶାସକ ଦଳରେ ରାବଣ ମାଳମାଳ। ସେହି ରାବଣମାନଙ୍କ କ୍ୟାପ୍‌ଟେନ୍‌ ହେଉଛନ୍ତି ନବୀନ ପଟ୍ଟନାୟକ।
 
ସେ କହିଛନ୍ତି-“୧୯୭୪ ମସିହା ପର୍ଯ୍ୟନ୍ତ ଏରସମାରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରାଯାଉନଥିଲା। ମୁଁ ଗଲା ପରେ ରଥଯାତ୍ରା, ଦୁର୍ଗା ପୂଜା, କାଳି ପୂଜା, କୁଞ୍ଜ ମେଲଣ, ରଜ ମହୋତ୍ସବ ହେଉଛି। ଚଳିତବର୍ଷ ରାବଣପୋଡ଼ି ୨୫ ବର୍ଷରେ ପଦାର୍ପଣ କରିଛି। ପ୍ରଶାନ୍ତ ମୁଦୁଲ ବିଧାୟକ ହେବାକୁ ୯ ବର୍ଷ ପୂରିଲାଣି। ହେଲେ ସେ କେବେ ହେଲେ ରାବଣ ପୋଡ଼ି କଥା କହୁନଥିଲେ। କିନ୍ତୁ ଚଳିତ ବର୍ଷ ମୋତେ ରାବଣପୋଡ଼ି କରାଇ ନଦେବାକୁ ପ୍ରଶାନ୍ତ ମୁଦୁଲି ପ୍ରଶାସନକୁ ଲେଖିଛନ୍ତି।”
 
ସେ ଆହୁରି କହିଛନ୍ତି-“ଦଶହରା ବେଳେ ରାବଣପୋଡ଼ି ହୋଇଥାଏ। ଏହା ଏକ ସାମାଜିକ ଉତ୍ସବ। ରାବଣପୋଡ଼ି ଉତ୍ସବ ସ୍ଥାନୀୟ ପିଲାମାନେ ଆୟୋଜନ କରନ୍ତି। ମୁଁ ସେମାନଙ୍କୁ ସାହାଯ୍ୟ କରେ। ସବୁବର୍ଷ ପରି ଚଳିତବର୍ଷ ରାବଣପୋଡ଼ି କରିବା ପାଇଁ ପିଲାମାନେ ତହସିଲଦାରଙ୍କଠାରେ ଅନୁମତି ଲୋଡ଼ିଥିଲେ। ତହସିଲଦାର ୪୦୦୦ ଟଙ୍କା ନେଇ ପଡ଼ିଆ ପାଇଁ ଅନୁମତି ଦେଇଥିଲେ। ପରେ ମାଇକ୍‌ ବଜାଇବା ପାଇଁ ଏଡିଏମ୍‌ଙ୍କଠାରୁ ଅନୁମତି ମାଗିଥିଲେ। ଏଡିଏମ୍‌ ଏନେଇ ସ୍ଥାନୀୟ ଥାନାଧିକାରୀଙ୍କୁ ରିପୋର୍ଟ ମାଗିଥିଲେ। ମାତ୍ର ଥାନାଧିକାରୀ ରିପୋର୍ଟ ଦେଲେନି। ତେଣୁ ତହସିଲଦାର ପଡ଼ିଆ ଅନୁମତି ରଦ୍ଦ କରିବା ସହିତ ଜମା କରିଥିବା ଟଙ୍କା ନେଇ ଯିବାକୁ ଚିଠି ଲେଖିଲେ। ଏହା ପରେ ଗାଁ ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ। ଶେଷରେ ୨୦୦ରୁ ଅଧିକ ଲୋକ ଦସ୍ତଖତ ସମ୍ୱଳିତ ଦରଖାସ୍ତ ପୁଲିସକୁ ଦେଲେ। ମାତ୍ର ପୁଲିସ ସେମାନଙ୍କ ଦରଖାସ୍ତ ଗ୍ରହଣ କଲେନାହିଁ।”
 
ସେ ଆହୁରି କହିଛନ୍ତି-“ରାବଣପୋଡ଼ି ପାଇଁ ବ୍ୟକ୍ତିଗତ ଜମିରେ ଏକ ମଞ୍ଚ ତିଆରି କରାଯାଇଥିଲା। ଆଜି ସକାଳେ ପୁଲିସ ଫୋର୍ସ ଲଗାଇ ସେହି ମଞ୍ଚଟିକୁ ଭାଙ୍ଗି ଦେଇଛି। ଏଠାରେ ରାବଣ ନୋଡ଼ି ହୋଇପାରିବ ନାହିଁ, ୨୦ ତାରିଖରେ ପ୍ରଶାନ୍ତ ମୁଦୁଲି କରିବେ ବୋଲି ପୁଲିସ କହିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଲୋକେ ଥାନାରେ ବସିଥିବା ଖବର ପାଇଛି।”
 
ଦାମ କହିଛନ୍ତି-“ମଞ୍ଚ ଭଙ୍ଗାଯିବା ନେଇ ଜଣେ ପୁଲିସ ଅଫିସର୍‌ଙ୍କୁ ଫୋନ୍‌ କରିଥିଲି। ସେ କହିଲେ, ଘଟଣା ସମାଧାନ ପାଇଁ ଉଦ୍ୟମ କରିଥିଲୁ। ମାତ୍ର ତୃତୀୟ ମହଲାରୁ ନିର୍ଦ୍ଦେଶ ଆସିଥିବାରୁ ଆମେ ଆଉ କ’ଣ କରିବୁ ବୋଲି ପୁଲିସ ଅଫିସର ଜଣକ କହିଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି- କେଉଁଠି ରାବଣପୋଡ଼ି ହେବ, ତାହା ତୃତୀୟ ମହଲା ଦେଖୁଛି।”  



from Odisha Reporter https://ift.tt/2AhPj5p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages