
ଲକ୍ଷ୍ନୌ (ଓଡ଼ିଶା ରିପୋର୍ଟର): ତାଙ୍କ ନାମରେ ପ୍ରେମ ସମ୍ପର୍କ ଥିବା ଅଭିଯୋଗ ହେବାରୁ ବ୍ୟଥିତ ହୋଇ ଜଣେ ସାଧୁ ନବରାତ୍ରୀ ସମୟରେ ହିଁ ନିଜର ଗୁପ୍ତାଙ୍ଗ କାଟି ଦେଇଥିବା ଜଣାପଡ଼ିଛି। ମଦନୀ ବାବା ନାମକ ଏହି ସାଧୁ ଉତ୍ତର ପ୍ରଦେଶର ବାମ୍ନା ଜିଲ୍ଲାର ବାସିନ୍ଦା। ସେ ଏଭଳି କାଣ୍ଡ ଭିଆଇବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସାଧୁ ଜଣକ ଅଭିଯୋଗ ଆଣିଛନ୍ତି ସେ ଏକ ଖାଲି ସ୍ଥାନରେ ଆଶ୍ରମ ଗଢ଼ିବାକୁ ପ୍ରୟାସ କରିବାରୁ ଗୋଟିଏ ଗୋଷ୍ଠୀ ଏହାର ବିରୋଧ କରି ଆସୁଥିଲେ। ସେମାନେ ତାଙ୍କ ନାମରେ କୁତ୍ସାରଟନା କରି ନାନା ଭିତ୍ତିହୀନ ଅଭିଯୋଗ ଆଣୁଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କ ନାମ ସହିତ ତାଙ୍କ ନାମ ଯୋଡ଼ି ତାଙ୍କୁ ବଦ୍ନାମ କରିବାର ପ୍ରୟାସ ହେଉଥିଲା ବୋଲି ସାଧୁ ଜଣକ ଅଭିଯୋଗ କରିଛନ୍ତି। ଏପରି ବାରମ୍ବାର ଘଟିବାରୁ ଚିନ୍ତାଗ୍ରସ୍ତ ହୋଇ ସେ ଏପରି କରିଥିବା ଜଣାଯାଇଛି।
ଶେଷ ଖବର ସୁଦ୍ଧା ସାଧୁଙ୍କର ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ପୁଲିସ୍ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2CUbr8w
No comments:
Post a Comment