
ବେଙ୍ଗାଲୁରୁ (ଓଡ଼ିଶାରିପୋର୍ଟର): ଭାରତରେ ବିଟ୍ କଏନ୍ ଭଳି କ୍ରିପ୍ଟୋକରେନ୍ସି କାରବାରକୁ କେନ୍ଦ୍ର ସରକାର ରଦ୍ଦ କରିଛନ୍ତି। ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ମଧ୍ୟ ଏହାକୁ ନିୟନ୍ତ୍ରଣ କରୁନାହିଁ।
ଚଳିତ ମାସ ଏହାକୁ ୧୦ ବର୍ଷ ପୂରଣ ହେଉଥିବା ବେଳେ ମଙ୍ଗଳବାର ଏକ ରୋଚକ ଘଟଣା ଘଟିଛି।
କିଓସ୍କ ନାମରେ ଦେଶରେ ବିଟ୍ କଏନ୍ ଏଟିଏମ୍ ଆରମ୍ଭ କରିଥିବାରୁ ଜଣେ ୩୭ ବର୍ଷର ବ୍ୟକ୍ତିଙ୍କୁ ସେଣ୍ଟ୍ରାଲ କ୍ରାଇମ୍ ବ୍ରାଞ୍ଚ ପୋଲିସ୍ ଗିରଫ କରିଛି।
ସୂଚନା ଅନୁସାରେ ଏହି ବ୍ୟକ୍ତି ଜଣକ କର୍ନାଟକର ତୁମାକୁରୁ ସହରର ଜଣେ ଆଇଟି ପ୍ରଫେସନାଲ୍। ତାଙ୍କ ନାମ ହେଉଛି ହରିଶ ବିଭି। ହରିସ୍ଙ୍କର ଅନୋକଏନ୍ ଟେକ୍ନୋଲୋଜି ନାମରେ ଏକ ସଂସ୍ଥା ରହିଛି।
ସେଣ୍ଟ୍ରାଲ କ୍ରାଇମ୍ ବ୍ରାଞ୍ଚ୍ ବିଟ୍ କଏନ୍ ଏଟିଏମ୍ ସମ୍ପର୍କରେ ସୁରାକ ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରି ସହିତ ହରିସଙ୍କୁ ଗିରଫ କରିଛି। ତାଙ୍କଠାରୁ ଏକ ଟେଲର ମେଶିନ୍, ଲାପ୍ଟପ୍, ମୋବାଇଲ ଫୋନ୍, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଆଦି ଜବତ କରିଛି।
କିନ୍ତୁ ଏହି ଘଟଣାରେ ହରିଶ କହିଛନ୍ତି, କେନ୍ଦ୍ର ସରକାର ବିଟ୍ କଏନ୍ ପ୍ରଚଳନକୁ ବାରଣ କରିଛନ୍ତି କିନ୍ତୁ ବେଆଇନ୍ ଘୋଷଣା କରି ନାହାନ୍ତି। ଅର୍ଥାତ ସରକାର ଏଥିରେ ଦାୟୀ ରହିବେ ନାହିଁ କିନ୍ତୁ ଯେକୌଣସି ବ୍ୟକ୍ତି ନିଜ ତରଫରୁ ରିସ୍କ ଉଠାଇ ପାରିବେ।
from Odisha Reporter https://ift.tt/2PSj7ed
No comments:
Post a Comment