ସିବିଆଇ କଳିକୁ ନେଇ ଜୋର ଧରିଲା ରାଜନୀତି, ବିରୋଧୀ ବାରିଲେ ରାଫେଲ୍‌ ଡିଲ୍‌ର ଗନ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ସିବିଆଇ କଳିକୁ ନେଇ ଜୋର ଧରିଲା ରାଜନୀତି, ବିରୋଧୀ ବାରିଲେ ରାଫେଲ୍‌ ଡିଲ୍‌ର ଗନ୍ଧ

ନୂଆଦିଲ୍ଲୀ: ସିବିଆଇର ଦୁଇ ବରିଷ୍ଠ ଅଧିକାରୀ ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। ସିବିଆଇର ଘରୋଇ କଳିକୁ ନେଇ ବିରୋଧୀ ଦଳଗୁଡ଼ିକୁ କ୍ଷମତାସୀନ ମୋଦି ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଛନ୍ତି। ଏଥିସହ ରାଫେଲ୍‌ ଡିଲ୍‌ରେ ହୋଇଥିବା ଦୁର୍ନୀତର ତଦନ୍ତ ସିବିଆଇ ମୁଖ୍ୟ ଆଲୋକ ବର୍ମା କରିବାକୁ ଯୋଜନା କରୁଥିବାରୁ ତାଙ୍କୁ ଛୁଟିରେ ପଠାଇ ଦିଆଯାଇଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।

ସିବିଆଇର ଦୁଇ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବିବାଦ ଉପୁଜିବାରୁ ଆଜି କେନ୍ଦ୍ର ସରକାର ଉଭୟ ଆସ୍ଥାନା ଓ ବର୍ମାଙ୍କୁ ଛୁଟିରେ ପଠାଇ ଦେଇଛନ୍ତି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ସିବିଆଇ ମୁଖ୍ୟ ରାଫେଲ୍‌ ଯୁଦ୍ଧ ବିମାନ୍‌ ଡିଲ୍‌ରେ ହୋଇଥିବା ସ୍କାମ୍‌ର ଦସ୍ତାବିଜ୍‌ ସଂଗ୍ରହ କରୁଥିଲେ। ଏଥିପାଇଁ ତାଙ୍କୁ ଛୁଟିରେ ପଠାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଯଦି କେହି ରାଫେଲ୍‌ ଡିଲ୍‌ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିବ ବା ସେ ସମ୍ପର୍କରେ କିଛି କହିବ, ତାଙ୍କୁ ରାସ୍ତାରୁ ହଟାଇ ଦିଆଯିବ। ବର୍ତ୍ତମାନ ଭାରତର ସମ୍ବିଧାନ ଓ ନ୍ୟାୟିକ ସଂସ୍ଥା ଗୁଡ଼ିକ ବିପଦରେ ପଡ଼ିଛନ୍ତି ବୋଲି ରାହୁଲ ଟ୍ୱିଟ୍‌ କରିଛନ୍ତି।

ରାହୁଲ କେବଳ ଟ୍ୱିଟ୍‌ରେ ନୁହେଁ ରାଜସ୍ଥାନରେ ଆୟୋଜିତ ଏକ ଜନସମାବେଶରେ ମଧ୍ୟ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମୋଦି ନିଜକୁ ଚୌକିଦାର ବୋଲି କହି ଭୋଟ୍‌ ମାଗୁଛନ୍ତି। କିନ୍ତୁ ସେହି ଚୌକିଦାର ଚୋରି କରିବା ଭଳି ଘଟଣା ଘଟାଉଛନ୍ତି।

ବରିଷ୍ଠ ଆଇନ୍‌ଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି, ଭ୍ରଷ୍ଟାଚାର ମାମଲାରେ ରାକେଶ ଆସ୍ଥାନାଙ୍କୁ ସୁରକ୍ଷା ଦେବା ଏବଂ ରାଫେଲ୍‌ ଡିଲ୍‌ ତଦନ୍ତରୁ ଆଲୋକ ବର୍ମାଙ୍କୁ ବିରତ ରଖିବାକୁ ଏଭଳି କାର୍ଯ୍ୟ କରିଛନ୍ତି। ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ସହ ଅରୁଣ ଶୌରୀ ଓ ମୁଁ କଥା ହୋଇ ରାଫେଲ୍‌ ଡିଲ୍‌ ବିଷୟରେ ତଦନ୍ତ କରିବାକୁ କହିଥିଲୁ। ସେ ରାଜି ହୋଇଥିଲେ। ଏଥିରେ ଭୟବୀତ ହୋଇ କେନ୍ଦ୍ର ସରକାର ତାଙ୍କୁ ଛୁଟିରେ ପଠାଇ ଦେଇଥିବା ଶ୍ରୀ ଭୂଷଣ କହିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, କ’ଣ ଆଲୋକ ବର୍ମା ରାଫେଲ ଡିଲ୍‌ ବିଷୟର ତଦନ୍ତ କରିବାକୁ ଚାହୁଁଥିଲେ? ବୋଧେ ତଦନ୍ତ ହୋଇଥିଲେ, ମୋଦିଜୀଙ୍କୁ ଅଡ଼ୁଆ ହୋଇଥାଆନ୍ତା?

ତେବେ ସରକାର ବିରୋଧୀଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।



from Odisha Reporter https://ift.tt/2ECIOhA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages