ବିଭ୍ରାନ୍ତିକର ତଥ୍ୟ ପାଇଁ କଂଗ୍ରେସକୁ ଦଣ୍ଡ ମିଳୁ, କହିଲେ ନିର୍ବାଚନ କମିଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

ବିଭ୍ରାନ୍ତିକର ତଥ୍ୟ ପାଇଁ କଂଗ୍ରେସକୁ ଦଣ୍ଡ ମିଳୁ, କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: କଂଗ୍ରେସ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଭୋଟର୍ ଲିଷ୍ଟ୍‌ରେ ହେରଫେର କରି ଏହାକୁ ନକଲି ବୋଲି କହି କୋର୍ଟରେ ଉପସ୍ଥାପନ କରିଛି। ଏହି ତଥ୍ୟକୁ ଆଧାର କରି ଦଳ ସୁପ୍ରିମକୋର୍ଟଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି। ତେଣୁ କଂଗ୍ରେସ ନେତାଙ୍କୁ ଦଣ୍ଡ ମିଳୁ ବୋଲି ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଦେଶର ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରାଯାଇଛି।

ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନକଲି ଭୋଟର୍‌ଙ୍କ ସଂଖ୍ୟା ବଢ଼ିଛି ଏବଂ ଜଣେ ଭୋଟର୍‌ଙ୍କ ନାଁରେ ଦୁଇଟି ପରିଚୟପତ୍ର ଇସ୍ୟୁ କରାଯାଇଛି ବୋଲି କଂଗ୍ରେସ ନେତା କମଲ ନାଥ ଓ ସଚିନ୍‌ ପାଇଲଟ୍‌ ଅଭିଯୋଗ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ଅଭିଯୋଗ ପାଇବା ପରେ ନିର୍ବାଚନ କମିଶନଙ୍କୁ ପକ୍ଷ ରଖିବାକୁ କହିଥିଲେ।

ନିର୍ବାଚନ କମିଶନ ଆଜି ପକ୍ଷ ରଖି କହିଛନ୍ତି, ଭୋଟ୍‌ର ଲିଷ୍ଟ୍‌ରେ ହେରଫେର କରିଥିବାରୁ କଂଗ୍ରେସର ଆବେଦନକାରୀଙ୍କୁ ଦଣ୍ଡ ମିଳିବା ଦରକାର। କଂଗ୍ରେସ ନିଜେ ସବୁ ଭୋଟର୍‌ ଲିଷ୍ଟ୍‌କୁ ନକଲ କରିବା ପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏଭଳି କରି କଂଗ୍ରେସ କୋର୍ଟଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛି। ତେଣୁ ଦଳୀୟ ନେତାଙ୍କୁ ଦଣ୍ଡ ମିଳିବା ଦରକାର।

କଂଗ୍ରେସ କହିଛି, ପବ୍ଲିକ୍‌ ଡୋମେନ୍‌ରେ ଯେଉଁ ତଥ୍ୟ ରହିଥିଲା, ତଦ୍‌ନୁଯାୟୀ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ଭୋଟର୍‌ ଲିଷ୍ଟ ସମ୍ପର୍କରେ ଯେଉଁ ତଥ୍ୟ ପ୍ରସାରଣ କରାଯାଇଥିଲା, ସେହି ଆଧାରରେ ଦଳ ନିଜର ପକ୍ଷ ରଖିଥିଲା। ନିର୍ବାଚନ ଯେଉଁ ସବୁ ଭୋଟର୍‌ ଲିଷ୍ଟକୁ ଫେକ୍‌ ବୋଲି କହୁଛନ୍ତି, ସେହି ସବୁ ପରିଚୟପତ୍ର ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ହିଁ ଇସ୍ୟୁ ହୋଇଛି। ମଧ୍ୟପ୍ରଦେଶରେ କେବଳ ୬୦ ଲକ୍ଷ ନକଲି ଭୋଟର୍‌ ଅଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି।

ସୁପ୍ରିମକୋର୍ଟ ଆସନ୍ତା ସୋମବାର ପୁଣି ଏହି ମାମଲାର ଶୁଣାଣି କରିବେ।



from Odisha Reporter https://ift.tt/2QvtaWf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages