
ନୂଆଦିଲ୍ଲୀ: ଭାରତରେ ବିଭିନ୍ନ ଧର୍ମର ଲୋକ ରହୁଛନ୍ତି। ସେହିପରି କିଏ ଆଇଁଷ ଖାଉଛି ତ ଆଉ କିଏ ନିରାମିଷ ଭୋଜନ କରୁଛି। ଏପରି ସ୍ଥିତିରେ ଆମେ କେମିତି ଭାରତରେ ରହୁଥିବା ସମସ୍ତଙ୍କୁ ନିରାମିଷ ଖାଇବାକୁ ନିର୍ଦ୍ଦେଶ ଦେବୁ। ଏହା ଅସମ୍ଭବ। ଆମେ କେବେ ହେଲେ ବି ଏଭଳି ନିର୍ଦ୍ଦେଶ ଦେଇପାରିବୁ ନାହିଁ। ଆଜି ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଦେଶର ସର୍ବୋଚ୍ଚ ଅଦାଲତ ଏଭଳି ମତ ରଖିଛନ୍ତି। ଖାଇବା ପାଇଁ ରପ୍ତାନୀ ହେଉଥିବା ମାଂସ ଉପରେ ରୋକ ଲଗାଇବାକୁ ହୋଇଥିବା ଏକ ଆବେଦନର ଶୁଣାଣି ବେଳେ ଖଣ୍ଡପୀଠ ଏହି ରୁଲିଂ ଦେଇଛନ୍ତି।
ଜଷ୍ଟିସ୍ ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, “ ଦେଶର ସମସ୍ତ ଲୋକ ଭେଜିଟେରିଆନ୍ ହୋଇଯାଆନ୍ତୁ ବୋଲି ଆମେ ନିର୍ଦ୍ଦେଶ ପାସ କରିପାରିବୁ ନାହିଁ। କ’ଣ ଆପଣ ଚାହୁଁଛନ୍ତି, ଦେଶର ପ୍ରତ୍ୟେକ ନାଗରିକ ଭେଜିଟେରିଆନ୍ ହେଇଯାଆନ୍ତୁ?” ଏବେ ଏହି ମାମଲାର ଶୁଣାଣି ୨୦୧୯ ଫେବୃଆରୀରେ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି।
ବୁଧବାର ଏକ ହିନ୍ଦୁତ୍ୱବାଦୀ ଗୋଷ୍ଠୀ ପକ୍ଷରୁ ଆନ୍ଦୋଳନ କରାଯିବା ସହ ରାସ୍ତାରେ ଥିବା ବିଭିନ୍ନ ମାଂସ ଦୋକାନକୁ ଜୋରଜବରଦସ୍ତ ବନ୍ଦ କରିଦିଆଯାଇଥିଲା। ନବରାତ୍ରୀ ପୂଜା ପାଇଁ ମାଂସ ଦୋକାନ ଗୁଡ଼ିକୁ ବନ୍ଦ କରିବାକୁ ସେମାନେ ନିର୍ଦ୍ଦେଶ ଦେଇଥିଲେ। ଏପରି କି କିଛି ଆନ୍ଦୋଳନକାରୀ ମାଂସ ଦୋକାନଗୁଡ଼ିକୁ ଭାଙ୍ଗି ଦେଇଥିଲେ। ଏହାପରେ ମାଂସର ବିକ୍ରି ଓ ଚମଡ଼ା ପ୍ରସ୍ତୁତି ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।
from Odisha Reporter https://ift.tt/2QMs6xE
No comments:
Post a Comment