
ଇସ୍ଲାମାବାଦ: ପୁଣିଥରେ ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ପାଇଁ ପାକିସ୍ତାନ ମନ ବଳାଇଛି। ଯେମିତି ହେଲେ ବି ଭାରତକୁ ଆଲୋଚନା ପାଇଁ ରାଜି କରାଇବାକୁ ପଡ଼ିବ। ଆଜି ଏକଥା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍।
ଇମ୍ରାନ୍ ଆଜି କହିଛନ୍ତି, ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବାକୁ ଆମେ ଯଥା ସମ୍ଭବ ଚେଷ୍ଟା କରିବୁ। ପୂର୍ବରୁ ବି ଆମେ ଆଲୋଚନା ପାଇଁ ଭାରତକୁ ରାଜି କରାଇବାକୁ ଚେଷ୍ଟା କରିଥିଲୁ। କିନ୍ତୁ ଭାରତ ଏହାକୁ ଅଣଦେଖା କରିଥିଲା। କିନ୍ତୁ ଆଶା ଭାରତ ପରବର୍ତ୍ତୀ ଅବସ୍ଥାରେ ଆଲୋଚନା ପାଇଁ ରାଜି ହେବ। ଦୁଇ ଦେଶ ଆଲୋଚନା କଲେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେବ। ବର୍ତ୍ତମାନ ପାକିସ୍ତାନ ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ଶାନ୍ତି ଓ ସୁରକ୍ଷା ଚାହେଁ। ତେଣୁ ଭାରତ ସହ ଆଲୋଚନା କରିବା ଦରକାର।
ଯଦି ଏବେ ଏହା ସମ୍ଭବ ହେଉନାହିଁ, ତା’ହେଲେ ୨୦୧୯ ଭାରତର ସାଧାରଣ ନିର୍ବାଚନ ପରେ ପୁଣିଥରେ ନୂଆଦିଲ୍ଲୀକୁ ଆଲୋଚନା ପାଇଁ ରାଜି କରାଯିବ ବୋଲି ଇମ୍ରାନ୍ ଖାନ୍ କହିଛନ୍ତି।
from Odisha Reporter https://ift.tt/2CBnQgj
No comments:
Post a Comment