ସବୁ ରାଜ୍ୟ ରାଜଧାନୀରେ ରହିବ କେନ୍ଦ୍ରୀୟ ସଚିବାଳୟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ସବୁ ରାଜ୍ୟ ରାଜଧାନୀରେ ରହିବ କେନ୍ଦ୍ରୀୟ ସଚିବାଳୟ !

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୨୦୧୯ ରେ ସାଧାରଣ ନିର୍ବାଚନ। ଏବେ ଲୋକଙ୍କ ପାଖରେ ପହଞ୍ଚିବାର ସମୟ। ନହଲେ ହାତରୁ ଖସି ଯାଇ ପାରେ ଭୋଟ୍। ଗୋଟେ ପଟେ ଭୂଇଁ କାମୁଡ଼ି ପଡ଼ିଥିବା ବିରୋଧୀମାନେ ଧୂଳିଝାଡ଼ି ହେଉଥିବା ବେଳେ ଅନ୍ୟ ପଟେ ସରକାର ବି ନିଜ ଖଣ୍ଡା ପଜାଇବା ଆରମ୍ଭ କଲେଣି।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର  ଅନୁସାରେ ପ୍ରତି ରାଜ୍ୟର ରାଜଧାନୀରେ କେନ୍ଦ୍ର ସରକାର ସେଣ୍ଟ୍ରାଲ ସେକ୍ରେଟାରିଏଟ୍(କେନ୍ଦ୍ରୀୟ ସଚିବାଳୟ) ସ୍ଥାପନ ପାଇଁ ଯୋଜନା କରୁଛନ୍ତି। ଏଥିପାଇଁ ରାଜଧାନୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ରାଜ୍ୟରେ ଯେଉଁ କେନ୍ଦ୍ର ସଚିବ ମାନେ ବସିବେ ସେମାନେ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିବେ।

ବିଭିନ୍ନ କେନ୍ଦ୍ରୀୟ ଯୋଜନା ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ ହୋଇଛି ସେ ବାବଦରେ ଗ୍ରାଉଣ୍ଡ୍ ଜିରୋରୁ  ରିପୋର୍ଟ ପ୍ରସ୍ତୁତ କରିବେ। ବର୍ତ୍ତମାନ କେନ୍ଦ୍ର ସରକାର ଏଭଳି ଚିନ୍ତା କରୁଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ଜଣେ ପଦସ୍ଥ ଅଧିକାରୀ କହିଛନ୍ତି।



from Odisha Reporter https://ift.tt/2PkEasI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages