
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଦଶହରା ଓ ଦୀପାବଳି ପରି ପର୍ବପର୍ବାଣୀ ସମୟରେ ଅଧିକାଂଶ ବ୍ୟକ୍ତି ନିଜ ଘର ଏବଂ ଦୋକାନକୁ ସଫାସୁତୁରା କରିବା ସହ ରଙ୍ଗ କରିଥା’ନ୍ତି।
ତେବେ ଘରକୁ ନୂଆ ରଙ୍ଗ କରିବା ସମୟରେ ଆପଣ ବାସ୍ତୁଶାସ୍ତ୍ରରେ ଦିଆଯାଇଥିବା ପରାମର୍ଶକୁ ଅଣଦେଖା କରିବା ଉଚିତ୍ ନୁହେଁ।
ବାସ୍ତୁଶାସ୍ତ୍ରରେ ଭିନ୍ନ ରଙ୍ଗର ମହତ୍ତ୍ୱ ଭିନ୍ନ ରହିଛି। ଏଥିପାଇଁ ରଙ୍ଗ କରିବା ସମୟରେ ବାସ୍ତୁ ନିୟମ ପାଳନ କରିବା ଉଚିତ୍।
ଭାରତୀୟ ସଂସ୍କୃତି ହଳଦିଆ ରଙ୍ଗର ବିଶେଷ ମହତ୍ତ୍ୱ ରହିଛି। ହଳଦିଆ ରଙ୍ଗ ମନକୁ ଶାନ୍ତି ଦେଇଥାଏ। ଘରର ଡ୍ରଇଂ ରୁମ୍ କାନ୍ଥକୁ ହଳଦିଆ ରଙ୍ଗ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ।
ଘରର ଉତ୍ତର ଭାଗକୁ ଆର୍ଥିକ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। ଏଣୁ ଘରର ଆର୍ଥିକ ସମସ୍ୟାକୁ ସୁଧାରିବା ପାଇଁ ଉତ୍ତର ଦିଗରେ ଥିବା କାନ୍ଥରେ ସବୁଜ ରଙ୍ଗ ଦିଅନ୍ତୁ।
ବାସ୍ତୁଶାସ୍ତ୍ର ଅନୁସାରେ, ଘର କାନ୍ଥରେ ହାଲ୍କା ରଙ୍ଗ ଦେବା ଭଲ। ଘରେ କଳା,ନାଲି ଏବଂ ମାଟିଆ ଭଳି ଗାଢ଼ ରଙ୍ଗର ବ୍ୟବହାର ସମସ୍ତଙ୍କୁ ଶୁଭ ଫଳ ଦେଇ ନଥାଏ।
ଦିଗ ଅନୁସାରେ ରଙ୍ଗ ଚୟନ କିପରି କରନ୍ତୁ:
ଘରର ଉତ୍ତର-ପୂର୍ବ ଦିଗ ପାଇଁ ହାଲ୍କା ନୀଳ ରଙ୍ଗ ଭଲ।
ପୂର୍ବ ଦିଗ ପାଇଁ ଧଳା କିମ୍ୱା ହାଲ୍କା ନୀଳ ରଙ୍ଗ ବାଛନ୍ତୁ।
ଘରର ଦକ୍ଷିଣ-ପୂର୍ବ ଦିଗର କାନ୍ଥକୁ ଗୋଲାପୀ ଏବଂ ସିଲ୍ଭର୍ ରଙ୍ଗ କରନ୍ତୁ।
ଉତ୍ତର ଦିଗ କାନ୍ଥକୁ ସବୁଜ ରଙ୍ଗ କରନ୍ତୁ।
ଉତ୍ତର-ପଶ୍ଚିମ ଦିଗର ସମ୍ପର୍କ ବାୟୁ ସହ ଥିବାରୁ ଏହି ଦିଗରେ ଥିବା କାନ୍ଥରେ ହାଲ୍କା ଗ୍ରେ ଏବଂ କ୍ରିମ୍ ରଙ୍ଗ ଲଗାଇଲେ ଶୁଭ ହୋଇଥାଏ।
ଦକ୍ଷିଣ ଦିଗ ପାଇଁ ଲାଲ୍ ଏବଂ ହଳଦିଆ ରଙ୍ଗ ବାଛନ୍ତୁ।
ପଶ୍ଚିମ ଦିଗକୁ ପାଣି ପାଇଁ ଉଦ୍ଦିଷ୍ଟ କୁହାଯାଉଥିବାରୁ ଏହି ଦିଗରେ ଥିବା କାନ୍ଥକୁ ନୀଳ କିମ୍ୱା ଧଳା ରଙ୍ଗ କରିବା ସର୍ବଶ୍ରେଷ୍ଠ ବୋଲି କୁହାଯାଏ।
ରୁମ୍ ଅନୁସାରେ ରଙ୍ଗ :
ବେଡ୍ରୁମ୍ କାନ୍ଥକୁ ନୀଳ ରଙ୍ଗ କରନ୍ତୁ।
ଗେଷ୍ଟ୍ ଓ ଡ୍ରଇଂ ରୁମ୍ରେ ଧଳା ରଙ୍ଗ ଦିଅନ୍ତୁ।
ଆପଣଙ୍କ ଘରେ ପିଲାଙ୍କ ପାଇଁ ଉଦ୍ଦିଷ୍ଟ କୋଠରୀର କାନ୍ଥକୁ ଧଳା ରଙ୍ଗ କରନ୍ତୁ।
ରୋଷେଇ ଘରର କାନ୍ଥରେ ଲାଲ୍ ରଙ୍ଗ ଦିଅନ୍ତୁ।
ବାଥ୍ରୁମ୍ କାନ୍ଥରେ ଧଳା ରଙ୍ଗ ଦିଅନ୍ତୁ।
from Odisha Reporter https://ift.tt/2Age4ip
No comments:
Post a Comment