
ଅମୃତସର: ଯେଉଁ ରେଳ ଟ୍ରାକ୍ରେ ବାପାଙ୍କର ମୃତ୍ୟୁ ଘଟିଥିଲା, ସେହି ଟ୍ରାକ୍ରେ ୧୦ ବର୍ଷ ପରେ ପୁଅର ମୃତ୍ୟୁ ଘଟିଲା।
ଗତ ଶୁକ୍ରବାର ପଞ୍ଜାବର ଅମୃତସରର ଜୋରା ରେଲୱେ ଫାଟକ ନିକଟସ୍ଥ ଧୋବିଘାଟ ଅଞ୍ଚଳରେ ରାବଣପୋଡ଼ି ବେଳେ ଜଳନ୍ଧର-ଅମୃତସର ଡିଏମ୍ୟୁ ମାଡ଼ି ଯିବାରୁ ୫୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଦଲ୍ବୀର ସିଂହ (୩୨)ଙ୍କର ବି ମୃତ୍ୟୁ ଘଟିଥିଲା। ସେ ସ୍ଥାନୀୟ ଅଞ୍ଚଳରେ ‘ଲଙ୍କେଶ’ ନାଁରେ ଜଣାଶୁଣା ଥିଲେ। କାରଣ ସେ ସେଠାରେ ସବୁ ବର୍ଷ ‘ରାମ୍ ଲୀଲା’ରେ ରାବଣ ଭୂମିକାରେ ଅଭିନୟ କରୁଥିଲେ।
ବିଡ଼ମ୍ବନା ଦେଖନ୍ତୁ, ୧୦ ବର୍ଷ ତଳେ ଦଲ୍ବୀରଙ୍କ ଦୃଷ୍ଟିହୀନ ବାପାଙ୍କର ବି ଏହି ଟ୍ରାକ୍ରେ ମୃତ୍ୟୁ ହୋଇଥିଲା।
ସେଦିନ ବି ସେ ‘ରାମ୍ ଲୀଲା’ରେ ଅଭିନୟ ସାରି ଘରକୁ ପୋଷାକ ବଦଳାଇବାକୁ ଆସିଥିଲେ। ତା’ପରେ ସେ ପୁଣି ସେଠାକୁ ରାବଣପୋଡ଼ି ଦେଖିବାକୁ ଯାଇଥିଲେ। ଶହ ଶହ ଲୋକଙ୍କ ଭଳି ସେ ବି ରେଳ ଟ୍ରାକ୍ରେ ଛିଡ଼ା ହୋଇ ରାବଣପୋଡ଼ି ଦେଖୁଥିଲେ।
ଟ୍ରାକ୍ରେ ଟ୍ରେନ୍ ଆସୁଥିବା ଦେଖି ସେ ପ୍ରାୟ ୮ ଜଣ ଲୋକଙ୍କୁ ସେଠାରୁ ଠେଲି ବଞ୍ଚାଇ ଦେଇଥିଲେ। କିନ୍ତୁ ନିଜେ ବଞ୍ଚି ପାରିଲେ ନାହିଁ। ଟ୍ରେନ୍ ଧକ୍କାରେ ତାଙ୍କ ଜୀବନ ଚାଲିଗଲା।
ସେ ଗତ ବର୍ଷ ବାହା ହୋଇଥିଲେ। ତାଙ୍କର ଏକ ଆଠ ମାସର ଝିଅ ଅଛି।
from Odisha Reporter https://ift.tt/2q21Y6z
No comments:
Post a Comment