ଯୋଗୀଙ୍କ ପୁନଃ ନାମକରଣ ଅଭିଯାନ: ଆସୁଛି ଏମିତି ସବୁ ମଜାଦାର ପ୍ରସ୍ତାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ଯୋଗୀଙ୍କ ପୁନଃ ନାମକରଣ ଅଭିଯାନ: ଆସୁଛି ଏମିତି ସବୁ ମଜାଦାର ପ୍ରସ୍ତାବ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପ୍ରସିଦ୍ଧ ସହରଗୁଡିକର ପୁନଃ ନାମକରଣ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରୟାସ ଏବେ ନୂଆ ବିତର୍କ ସୃଷ୍ଟି କରିଛି। ପ୍ରଥମେ ପ୍ରସିଦ୍ଧ ମୁଗଲସରାଇ ରେଲୱେ ଷ୍ଟେସନ୍‌ର ନାମ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ନାମରେ ରଖିବା ପରେ ଏବେ ଭାରତର ଅନ୍ୟତମ ପୁରାତନ ଧାର୍ମିକ ସହରର ନାମ ଆହ୍ଲାବାଦ୍‌ରୁ ପ୍ରୟାଗରାଜ କରିଦିଆଯାଇଛି। ଯୋଗୀଙ୍କ ସରକାର ରଖିଥିବା ମତ ଅନୁଯାୟୀ, ମୋଗଲ ସମ୍ରାଟ୍ ଆକବର ୧୫୭୫ ମସିହାରେ ଏହାର ପ୍ରକୃତ ନାମ ପ୍ରୟାଗରାଜକୁ ବଦଳାଇ ଆହ୍ଲାବାଦ କରିଥିଲେ। 
 
ଆଦିତ୍ୟନାଥଙ୍କ ଏହି ପ୍ରୟାସକୁ ନେଇ ସୋଶାଲ ମିଡିଆରେ ମଧ୍ୟ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେତେକ ଏହାକୁ ସ୍ୱାଗତ କରୁଥିବାବେଳେ ଅନ୍ୟ କିଛି ଏହାର କଟୁ ସମାଲୋଚନା କରିଛନ୍ତି। ସମାଲୋଚନା ସ୍ୱରୂପ ସେମାନେ #AajSeTumharaNaam ସହିତ ବିଭିନ୍ନ Meme ଏବଂ ଜୋକ୍ ପୋଷ୍ଟ କରିଛନ୍ତି। ଏଥିରେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ ଖେଳାଳି କ୍ରିସ ଗେଲଙ୍କ ନାମ କ୍ରିଷ୍ଣା ଗୋଏଲକୁ ପରିବର୍ତ୍ତନ କରାଯାଉ ବୋଲି ଏକ ମଜାଦାର ପୋଷ୍ଟ ଆସିଛି। 
 
ସେହିପରି ଶିମ୍‌ଲା ସହର ପ୍ରକୃତରେ ମା ଶ୍ୟାମଳାଙ୍କ ନାମରେ ‘ଶ୍ୟାମଳା’ ଥିଲା ବୋଲି ମଧ୍ୟ କୁହାଯାଇ ଏହାର ନାଁ ପରିବର୍ତ୍ତନ ଦାବି ଆସିଲାଣି। କିଛି ଲୋକେ ତ ଯୋଗୀଙ୍କୁ ତାଙ୍କ ପରି ଦେଖାଯାଉଥିବା ହଲିଉଡ୍‌ ଷ୍ଟାର ଭିନ୍‌ ଡିଜେଲଙ୍କ ନାମ ରଖିବାକୁ ପ୍ରସ୍ତାବ ଦେଇଛନ୍ତି। ଦେଖନ୍ତୁ ଆଉ କିଛି ମଜାଦାର ପୋଷ୍ଟ। 

Deep Prkaash यांनी वर पोस्ट केले गुरुवार, १८ ऑक्टोबर, २०१८

Can't get enough of this Yogi adityanath memes😂😂

Shashwat Kawle यांनी वर पोस्ट केले गुरुवार, १८ ऑक्टोबर, २०१८

Deep Prkaash यांनी वर पोस्ट केले गुरुवार, १८ ऑक्टोबर, २०१८

Deep Prkaash यांनी वर पोस्ट केले गुरुवार, १८ ऑक्टोबर, २०१८

Deep Prkaash यांनी वर पोस्ट केले गुरुवार, १८ ऑक्टोबर, २०१८



from Odisha Reporter https://ift.tt/2PMx0uu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages