ନେତାଙ୍କ ପାଇଁ ସତର୍କ ଘଣ୍ଟି ଏହି ଆପ୍‌: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କଲେ ଫସି ଯିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ନେତାଙ୍କ ପାଇଁ ସତର୍କ ଘଣ୍ଟି ଏହି ଆପ୍‌: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କଲେ ଫସି ଯିବେ

election-commission-of-indi

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ନେତାମାନଙ୍କ ପକ୍ଷେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଆଉ ସହଜ ହେବ ନାହିଁ।

ନିର୍ବାଚନ ଆଚରଣ ବିଧି ପାଳନ କରୁ ନଥିବା ନେତାମାନଙ୍କୁ କାବୁ କରିବାକୁ ନିର୍ବାଚନ କମିଶନ୍‌ ନୂଆ ଟେକ୍ନୋଲଜିର ବ୍ୟବହାର କରିବାକୁ ଯାଉଛନ୍ତି। କମିଶନ୍‌ C-VIGIL APP ନାମରେ ଏକ ଆପ୍ ତିଆରି କରିଛନ୍ତି। ଏହା ଦ୍ୱାରା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ଓ ତାଙ୍କ ସମର୍ଥକ ସହଜରେ ଧରା ପଡ଼ିଯିବେ।

ଆଣ୍ଡ୍ରଏଡ୍‌ ଫୋନ୍ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି C-VIGIL APP ଜରିଆରେ ନେତା ଓ ତାଙ୍କ କର୍ମୀଙ୍କ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କିତ ସୂଚନା ନିର୍ବାଚନ କମିଶନ୍‌ଙ୍କୁ ଦିଆଯାଇପାରିବ। ଏନେଇ ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ଏକ ବିଜ୍ଞପ୍ତ ପ୍ରକାଶ କରାଯାଇଛି।

ଏଥିରେ କୁହାଯାଇଛି, “ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଜନିତ ସୂଚନା ବିଳମ୍ବରେ ମିଳୁଥିବାରୁ ଦୋଷୀ ଦଣ୍ଡରୁ ବଞ୍ଚି ଯାଉଛନ୍ତି। ଫଟୋ କିମ୍ବା ଭିଡିଓ କମ୍ ମିଳୁଥିବାରୁ ଅଭିଯୋଗକୁ ପ୍ରମାଣ କରିବାରେ ମଧ୍ୟ ସମସ୍ୟା ହେଉଛି। ଏହାବାଦ୍‌ ଅଧିକାଂଶ ଅଭିଯୋଗ ଦୀର୍ଘଦିନ ତଦନ୍ତ ହେବା ପରେ ତାହା ମିଥ୍ୟା ବୋଲି ଜଣାପଡ଼ୁଛି। ହେଲେ ଏହି ଆପ୍ ଜରିଆରେ ଅଭିଯୋଗ ଉପରେ ପଦକ୍ଷେପ ନିଆଯିବାରେ ଆଉ ବିଳମ୍ବ ହେବ ନାହିଁ। ଅଭିଯୋଗ ଆସିବାର କିଛି ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଯେକୌଣସି ବ୍ୟକ୍ତି ଏହି ଆପ୍ ବ୍ୟବହାର କରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ପ୍ରମାଣ ଏଥିରେ ପଠାଇ ପାରିବେ।”

ବିଜ୍ଞପ୍ତିରେ ଆହୁରି କୁହାଯାଇଛି, “ଯେଉଁମାନେ ଏଥିରେ ଅଭିଯୋଗ କରିବେ, ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ସଂଖ୍ୟା ଦିଆଯିବ। ଏହାଦ୍ୱାରା ସେ ନିଜ ଅଭିଯୋଗର ସ୍ଥିତି ସମ୍ପର୍କରେ ଜାଣି ପାରିବେ। ଅର୍ଥାତ୍ କାର୍ଯ୍ୟାନୁଷ୍ଠାନ ନେଇ କମିଶନ୍ କ’ଣ କରିଛନ୍ତି, ତାହା ସେ ଜାଣିପାରିବେ। ତେବେ ବେନାମୀ ଅଭିଯୋଗକାରୀଙ୍କୁ ଏପରି ସ୍ୱତନ୍ତ୍ର ପରିଚୟ ସଂଖ୍ୟା ପ୍ରଦାନ କରାଯିବ ନାହିଁ।”

C-VIGIL APP ରେ ଅଭିଯୋଗ କରିବା ମାତ୍ରେ ଏହାର ସୂଚନା ସମ୍ପୃକ୍ତ ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ଚାଲିଯିବ। ଏହାଦ୍ୱାରା ସଙ୍ଗେ ସାଙ୍ଗେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବାରେ ସହାୟକ ହେବ।

ଏହାସହ ନିର୍ବାଚନ କମିଶନ୍ ଆଉ କିଛି ଆପ୍ ମଧ୍ୟ ତିଆରି କରିଛନ୍ତି। ଏହି ଆପ୍‌ଗୁଡ଼ିକ ଜରିଆରେ ପ୍ରାର୍ଥୀ ନିଜ ପ୍ରଚାର, ଗାଡ଼ି ଓ କ୍ୟାମ୍ପ ପାଇଁ ମଞ୍ଜୁରୀ ପାଇବା କାମ ଅନ୍‌ଲାଇନ୍‌ରେ କରିପାରିବେ। ଏଥିପାଇଁ ସେମାନଙ୍କୁ ଆଉ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡ଼ିବ ନାହିଁ।



from Odisha Reporter https://ift.tt/2NuOGZk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages