
ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ବିନ୍ଦାପୁର ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୭ ବର୍ଷୀୟ ବାଳକ ମୋବାଇଲ୍ ପାଇଁ ନିଜ ଜୀବନ ହାରିଛନ୍ତି। ତାଙ୍କ ନାଁ ଗୁଲଶନ୍।
ସୂଚନା ଅନୁସାରେ, ଗତକାଲି ମୋବାଇଲ୍ ଫୋନ୍କୁ ନେଇ ଗୁଲଶନ୍ ତାଙ୍କ ଭଉଣୀଙ୍କ ସହ ଝଗଡ଼ା କରିଥିଲେ। ଝଗଡ଼ା ବେଳେ ରାଗି ଯାଇ ଗୁଲଶନ୍ ଏକ ଦେଶୀ ପିସ୍ତଲରେ ନିଜକୁ ଗୁଳି କରି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ନିକଟରେ ଗୁଲଶନ୍ଙ୍କ ବାପା ରଣବୀର ସିଂହ କହିଛନ୍ତି,“ମୋବାଇଲ୍ ଫୋନ୍କୁ ନେଇ ଭାଇଭଉଣୀ ମଧ୍ୟରେ ଝଗଡ଼ା ହୋଇଥିଲା। ସେ ଝିଅର ମୋବାଇଲ୍କୁ ଭାଙ୍ଗି ବି ଦେଇଥିଲା।”
ପୁଲିସ୍ ଉକ୍ତ ପିସ୍ତଲକୁ ଜବତ କରିଛି। ଏହି ପିସ୍ତଲରେ ଆଉ ଦୁଇଟି ଗୁଳି ଥିବା ପୁଲିସ୍ କହିଛି।
from Odisha Reporter https://ift.tt/2O9AKJu
No comments:
Post a Comment