ବାସନରୁ ଏମିତି ସଫା ହୁଏ ପୋଡ଼ା ଦାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ବାସନରୁ ଏମିତି ସଫା ହୁଏ ପୋଡ଼ା ଦାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଖାଦ୍ୟ ତିଆରି କରିବା ବେଳେ ଅଧିକାଂଶ ସମୟରେ ରୋଷେଇ ହେଉଥିବା କଡ଼େଇ, ଡେକ୍‌ଚି ବା ବାସନ ପୋଡ଼ି ଯାଇଥାଏ। ଏପରି ବାସନରୁ ପୋଡ଼ା ଦାଗ ସହଜରେ ସଫା ମଧ୍ୟ ହୋଇ ନଥାଏ। ଏହା ସଫା କରିବାକୁ ଦୀର୍ଘ ସମୟ ସହ ପରିଶ୍ରମ ମଧ୍ୟ ଅଧିକ କରିବାକୁ ପଡ଼ିଥାଏ।

ତେବେ କିଛି ଘରୋଇ ଉପାୟ ଦ୍ୱାରା ବାସନରୁ ଏପରି ପୋଡ଼ା ଦାଗ ସହଜରେ ଛାଡ଼ି ଯାଇପାରିବ। ଆସନ୍ତୁ ଜାଣିବା, ବାସନରୁ କେମିତି ପୋଡା ଦାଗ ଛାଡ଼ିଯିବ।

ବେକିଙ୍ଗ୍‌ ସୋଡ଼ା: ପୋଡ଼ି ଯାଇଥିବା ବାସନରେ ଏକ ଚାମଚ ବେକିଙ୍ଗ୍‌ ସୋଡ଼ା ପକାଇ ସେଥିରେ ଦୁଇ ଚାମଚ ଲେମ୍ବୁ ରସ ଓ ଦୁଇ କପ୍‌ ଗରମ ପାଣି ଢାଳନ୍ତୁ। ଏହା ପରେ ‘ବାସନମଜା’ରେ ତାକୁ ଘଷି ସଫା କରନ୍ତୁ। ଏପରି କରିବା ଦ୍ୱାରା ବାସନରୁ ସମସ୍ତ ପୋଡ଼ା ଦାଗ ଅତି ସହଜରେ ଛାଡ଼ିଯିବା ସହ ବାସନର ଚମକ ବଜାୟ ରହିବ।
ଲେମ୍ବୁ ରସ: ଏକ କଞ୍ଚା ଲେମ୍ବୁ ନେଇ ତାକୁ ପୋଡ଼ି ଯାଇଥିବା ବାସନରେ କିଛି ସମୟ ଘଷନ୍ତୁ। ତା’ପରେ ସେଥିରେ ଦୁଇ କପ୍‌ ଗରମ ପାଣି ଢାଳନ୍ତୁ। ବର୍ତ୍ତମାନ ଏକ ବ୍ରଶ ସାହାଯ୍ୟରେ ପୋଡ଼ା ଦାଗ ଥିବା ଅଂଶକୁ ଭଲ ଭାବେ ସଫା କରି ଦିଅନ୍ତୁ। ଦେଖିବେ ଦାଗ ଶୀଘ୍ର ଛାଡ଼ିଯିବ।

ଲୁଣ: ବାସନରୁ ପୋଡ଼ା ଦାଗ ଛଡ଼ାଇବାର ଆଉ ଏକ ଉପାୟ ହେଉଛି, ଏପରି ବାସନକୁ ଲୁଣ ଓ ପାଣି ଦ୍ୱାରା ମଧ୍ୟ ସଫା କରାଯାଇ ପାରିବ। ତେଣୁ ପ୍ରଥମେ ପୋଡ଼ି ଯାଇଥିବା ବାସନରେ ପାଣିକୁ ୪ମିନିଟ ଫୁଟାଇ ଦିଅନ୍ତୁ। ଏହାପରେ ବାସନ ମଜାକୁ ନେଇ ଧୀରେ ଧୀରେ ପୋଡ଼ା ଦାଗ ଉପରେ ଘଷନ୍ତୁ। ତା’ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଦେଖିବେ, ବାସନରୁ ପୋଡା ଦାଗ ଭଲ ଭାବେ ଛାଡ଼ିଯିବ।
ଟମାଟୋ ସସ୍: ପୋଡି ଯାଇଥିବା ବାସନରୁ ଦାଗ ଛଡାଇବା ପାଇଁ ଟମାଟୋ ସସ୍‌ ଖୁବ୍‌ ଦରକାରୀ। ଏଥିପାଇଁ ପୋଡ଼ି ଯାଇଥିବା ବାସନରେ ଟମାଟୋ ସସ୍‌ ଓ ପାଣି ମିଶାଇ ଫୁଟାନ୍ତୁ। ତା’ପରେ ଏହାକୁ ଅଳ୍ପ ଘଷି ସଫା କରି ଦିଅନ୍ତୁ। ଏପରି କରିବା ଦ୍ୱାରା ମଧ୍ୟ ହଜରେ ପୋଡ଼ା ଦାଗ ଛାଡ଼ିଯିବ।



from Odisha Reporter https://ift.tt/2QClCRS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages