
ମାଲକାନଗିରି (ଓଡ଼ିଶା ରିପୋର୍ଟର): ଲାଲବାହିନୀକୁ ଝଟକା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଅଞ୍ଚଳରୁ ୧୬ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ଜଣାପଡ଼ିଛି।
ମିନିପା ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ସୂଚନା ପାଇ ଛତିଶଗଡ଼ ପୁଲିସ୍ ପକ୍ଷରୁ କମ୍ବିଂ ଅପରେସନ୍ କରିଥିଲା। ପୁଲିସକୁ ଦେଖି ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ପୁଲିସ୍ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ପୁଲିସ୍ ବହୁ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରିଛି।
ଚିନ୍ତାଗୁଫାରେ ୨୫ଜଣ ଯବାନଙ୍କ ହତ୍ୟା ଘଟଣାରେ ଏହି ନକ୍ସଲମାନଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।
from Odisha Reporter https://ift.tt/2ylO5DQ
No comments:
Post a Comment