ଦୁଷ୍କର୍ମ ହୋଇଥାଇପାରେ, କିନ୍ତୁ ମୁଁ କରିନି କହିଲେ ଆଲୋକ ନାଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ଦୁଷ୍କର୍ମ ହୋଇଥାଇପାରେ, କିନ୍ତୁ ମୁଁ କରିନି କହିଲେ ଆଲୋକ ନାଥ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଟେଲି ପ୍ରଯୋଜିକା ବିନୀତା ନନ୍ଦା ଆଣିଥିବା ଦୁଇ ଦଶନ୍ଧି ତଳର ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ ଅଭିଯୋଗ‌ରୁ ଖସିବାର ପ୍ରୟାସ ଆରମ୍ଭ କରିଛନ୍ତି ତଥାକଥିତ ସଂସ୍କାରୀ ଅଭିନେତା ‘ବାବୁଜୀ’ ଆଲୋକ ନାଥ। ନିଜକୁ ବଞ୍ଚାଇବାକୁ ଯାଇ ସେ ଯାହା କହିଛନ୍ତି, ସେଥିରେ ସେ ନା ଘଟଣାକୁ ଅସ୍ୱୀକାର କରିପାରୁଛନ୍ତି ନା ରାଜି ହୋଇପାରୁଛନ୍ତି।

ସେ ସଫେଇ ଦେଇ କହିଛନ୍ତି, ଏହି ଘଟଣା ହୁଏତ ଘଟିଥିବ, କିନ୍ତୁ ଆଉ କେହି କରିଥାଇପାରେ। ସେ ଏହି ବିଷୟରେ ଅଧିକ କିଛି କହିବେନି, କାରଣ ଘଟଣା ସାମ୍ନାକୁ ଆସିଛି ମାନେ କଥାଟା ନିଶ୍ଚୟ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ମହିଳା ଜଣକ କ’ଣ କହୁଛନ୍ତି ଆମକୁ ଶୁଣିବାକୁ ହେବ କାରଣ ସେମାନେ ଦୁର୍ବଳ ବୋଲି ସବୁବେଳେ ଆମେ ଭାବିଆସିଛେ ବୋଲି କହି ସେ ପରିହାସ ଛଳରେ କହିଛନ୍ତି।



from Odisha Reporter https://ift.tt/2OKb4mt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages