
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାଡ଼ି ଦର୍ଶନକୁ ନେଇ ପୁରୀରେ ବନ୍ଦ ପାଳନ ବେଳେ ହୋଇଥିବା ଗଣ୍ଡଗୋଳରେ ପୁଲିସ୍ ବନ୍ଧୁକ ଧରି ଜୋତା ପିନ୍ଧି ମନ୍ଦିର ଭିତରେ ପଶିବା ମାମଲାର ଶୁଣାଣି ଘୁଞ୍ଚିଲା। ନଭେମ୍ବର ୩୦ରେ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ।
ଆମିକସ୍କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଅସୁସ୍ଥ ଥିବାରୁ ମାମଲାର ଶୁଣାଣି ଘୁଞ୍ଚାଯାଇଛି।
ପୂର୍ବ ଶୁଣାଣିରେ ଦୁଇସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜବାବ ଦେବାକୁ କୋର୍ଟ କହିଥିଲେ।
ଗତ ୩ ତାରିଖରେ ପୁରୀ ବନ୍ଦ ଡାକରା ବେଳେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା। ଗତ ୧୦ ତାରିଖରେ ଏହାର ଜରୁରୀକାଳୀନ ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଜବାବ ମାଗିଥିଲେ। ଆମିକସ୍କ୍ୟୁରି ବି ଚାହିଁଲେ ଜବାବ ରଖିପାରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ।
from Odisha Reporter https://ift.tt/2CPZwYo
No comments:
Post a Comment