
ମୁମ୍ବାଇ: ରୋହିତ ଶର୍ମାଙ୍କୁ କୁହାଯାଉଛି ‘ହିଟ୍ମ୍ୟାନ୍’। କାହିଁକି ବା କୁହା ନଯିବ? ଦିନିକିଆରେ ଲମ୍ବା ପାଳି ଖେଳିବାରେ ଏ ଖେଳାଳି ମାହିର। ସେ ତିନି ଥର ଦ୍ୱିଶତକ ହାସଲ କରିଥିବା ବେଳେ ୭ ଥର ୧୫୦ରୁ ଅଧିକ ରନ୍ କରିଛନ୍ତି।
ତେବେ ଏହି ଖେଳାଳି ଗୋଟିଏ କଥାକୁ ପସନ୍ଦ କରନ୍ତି ନାହିଁ। ମ୍ୟାଚ୍ ବେଳେ ଫ୍ୟାନ୍ଙ୍କ ‘ରୋହିତ-ରୋହିତ’ ଡାକକୁ ସେ ପସନ୍ଦ କରନ୍ତି ନାହିଁ।
ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ୍ ବେଳର ଏକ ଦୃଶ୍ୟ ଦେଖିଲେ ଏହା ଜଣାପଡ଼ୁଛି।
ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ଏଥିରେ ରୋହିତ ୧୬୨ ରନ୍ କରିଥିଲେ। ତେଣୁ ଫିଲ୍ଡିଂ କଲା ବେଳେ ଷ୍ଟାଡିୟମ୍ରେ ବସିଥିବା ଦର୍ଶକମାନେ ‘ରୋହିତ-ରୋହିତ’ ନାରା ଦେଇଥିଲେ। ସେତେବେଳେ ରୋହିତ ବାଉଣ୍ଡ୍ରୀ ଲାଇନ୍ ପାଖରେ ଫିଲ୍ଡିଂ କରୁଥିଲେ।
ଏହା ଶୁଣିବା ପରେ ରୋହିତ ନିଜ ଜର୍ସିରେ ‘ଇଣ୍ଡିଆ’ ଲେଖା ଯାଇଥିବା ସ୍ଥାନକୁ ହାତ ମାରି ଦେଖାଇଥିଲେ ଓ ‘ଇଣ୍ଡିଆ-ଇଣ୍ଡିଆ’ ନାରା ଦେବାକୁ ଦର୍ଶକଙ୍କୁ ଇଶାରା କରିଥିଲେ।
ଆପଣମାନେ ଏଠାରେ ଏହି ଭିଡିଓ ଦେଖିପାରିବେ। ରୋହିତଙ୍କ ଫ୍ୟାନ୍ କ୍ଲବ୍ ପକ୍ଷରୁ ଏହି ଭିଡିଓଟିକୁ ଟ୍ୱିଟ୍ର ପେଜ୍ରେ ପୋଷ୍ଟ୍ କରାଯାଇଛି।
Respect 🙏 @ImRo45 pic.twitter.com/Mo00jNEbhQ
— Rohit Sharma FC (@BleedRohitism) October 30, 2018
ସୂଚନାଯୋଗ୍ୟ, ଉକ୍ତ ମ୍ୟାଚ୍ ଭାରତ ଜିତିଥିଲା। ୱେଷ୍ଟଇଣ୍ଡିଜ୍କୁ ୨୨୪ ରନ୍ରେ ପରାସ୍ତ କରି ଦଳ ସିରିଜ୍ରେ ୨-୧ରେ ଆଗୁଆ ରହିଛି। ଆସନ୍ତାକାଲି ଥିରୁଅନନ୍ତପୁରମରେ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଖେଳା ଯିବ।
from Odisha Reporter https://ift.tt/2yI2N99
No comments:
Post a Comment