
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀପାବଳିରେ ଖାଲି ପ୍ରଭୁ ରାମଚନ୍ଦ୍ର କି ଦେବୀ ଲକ୍ଷ୍ମୀଙ୍କ ପୂଜା କରାଯାଏ ନାହିଁ। ଆମ ଦେଶର ଏମିତି କିଛି ଅଂଶ ଅଛି ଯେଉଁଠି ଭଗବାନ କୃଷ୍ଣ ଓ ଦେବୀ ସତ୍ୟଭାମାଙ୍କୁ ମଧ୍ୟ ପୂଜା କରାଯାଏ। ବିଶେଷ କରି ଦକ୍ଷିଣ ଭାରତରେ ଦୀପାବଳି ଏମିତି ପରମ୍ପରା ଦେଖିବାକୁ ମିଳେ। ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ କୃଷ୍ଣ ଓ ସତ୍ୟଭାମାଙ୍କୁ ପୂଜା କରାଯାଇଥାଏ। ଏହି ସମୟରେ ଅସୁର ନରକାସୁର ବଧ ସ୍ମାରକୀ ସ୍ୱରୂପ ଦୀପ ପ୍ରଜ୍ୱଳନ ପୂର୍ବକ କୃଷ୍ଣ ପୂଜନ କରାଯାଇଥାଏ। ହେଲେ କର୍ଣ୍ଣାଟକରେ ଟିକେ ଭିନ୍ନ ଢଙ୍ଗରେ ଏହି ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ କନ୍ନଡିମାନେ ତେଲ ଲଗାଇ ସ୍ନାନ କରିବା ପରେ ଗୋବରରେ ନିଜ ଘରେ ଏକ ଦୁର୍ଗ ପ୍ରସ୍ତତ କରି ପୂଜା କରିଥାନ୍ତି।
ଦକ୍ଷିଣ ଭାରତୀୟମାନେ ଦୀପାବଳି ପୂର୍ବରୁ ସ୍ନାନ ବିଧିକୁ ଧୁମ୍ ଧାମ୍ରେ ଆୟୋଜନ କରିଥାନ୍ତି। ଦୀପାବଳି ଅମାବାସ୍ୟା ପ୍ରାତଃ କାଳରେ ଉଠି ପରିବାର ସଦସ୍ୟମାନେ ସୁଦ୍ଧପୁତ ସ୍ନାନ କରିଥାନ୍ତି। ଏଥିପାଇଁ ସ୍ନାନପାତ୍ର ଓ ସ୍ନାନଜଳ ପୂର୍ବ ରାତିରୁ ସଜାଇ ସୁନ୍ଦର ଭାବେ ରଖା ଯାଇଥାଏ। ଯାହାକି ଭାରତର ଅନ୍ୟ କୌଣସି ପ୍ରାନ୍ତରେ ଦେଖିବାକୁ ମିଳେନାହିଁ।

from Odisha Reporter https://ift.tt/2CHVRvu
No comments:
Post a Comment