ପ୍ରତିଯୋଗିତାପୂର୍ଣ୍ଣ ଅର୍ଥନୀତି ତାଲିକାରେ ଭାରତର ସ୍ଥାନ ୫୮ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ପ୍ରତିଯୋଗିତାପୂର୍ଣ୍ଣ ଅର୍ଥନୀତି ତାଲିକାରେ ଭାରତର ସ୍ଥାନ ୫୮

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିଶ୍ୱ ଅର୍ଥନୀତିରେ ଯଦି ସବୁଠାରୁ ବେଶି ପ୍ରତିଯୋଗିତା କେଉଁଠି ଦେଖାଦେଉଛି ତେବେ ସେ ରାଷ୍ଟ୍ର ହେଉଛି ଆମେରିକା। ତା’ ପରେ ସିଙ୍ଗାପୋର। ତା’ ପରେ ଜର୍ମାନୀ। ୫୮ତମ ସ୍ଥାନରେ ଯାଇଁ ରହିଛି ଭାରତ। ୱାର୍ଲ୍ଡ ଇକୋନୋମିକ୍ ଫୋରମ୍ ଇଣ୍ଡେକ୍ସ ୨୦୧୮ରେ ଭାରତ ୫୭ ଟି ଦେଶ ପଛରେ ରହିଛି।

ତଥାପି ପୂର୍ବ ବର୍ଷ ତୁଳନାରେ ୫ଟି ସ୍ଥାନ ଉପରକୁ ଉଠିଛି ଭାରତ। ରିପୋର୍ଟ ଅନୁସାରେ ପଡ଼ୋଶୀ ରାଷ୍ଟ୍ର ଚାଇନା ୨୮ତମ ସ୍ଥାନରେ ରହିଛି।  ବ୍ରିକ୍ସ ରାଷ୍ଟ୍ର ମଧ୍ୟରେ ଚାଇନା ସବୁଠାରୁ ଉପରେ ଥିବା ବେଳେ ତା’ ତଳକୁ ରଷିଆ, ଭାରତ, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍ର ସ୍ଥାନ ରହିଛି।

ଭାରତ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଦକ୍ଷତା ବିକାଶରେ ଅନ୍ୟ ଦେଶ ତୁଳନାରେ ପଛରେ ରହି ଯାଇଛି।

ଟପ୍ ଟେନ୍ ତାଲିକାରେ ଥିବା ଅନ୍ୟ ଦେଶ ଗୁଡ଼ିକ ମଧ୍ୟରେ ସ୍ୱିଜରଲାଣ୍ଡ୍ ଚତୁର୍ଥ, ଜାପାନ୍ ପଞ୍ଚମ, ନେଦରଲ୍ୟାଣ୍ଡ୍ ଷଷ୍ଠ, ହଂକଂ ସପ୍ତମ, ୟୁନାଇଟେଡ୍ କିଙ୍ଗଡମ୍ ଅଷ୍ଟମ, ସ୍ୱିଡେନ୍ ନବମ ଏବଂ ଡେନ୍‌ମାର୍କ ଦଶମ ସ୍ଥାନରେ ରହିଛି।



from Odisha Reporter https://ift.tt/2CpdznH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages