
ମୈନ୍ପୁର: ଉତ୍ତରପ୍ରଦେଶର ମୈନ୍ପୁରରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ୪ ଜଣ ଦୁର୍ବୃତ୍ତ ଜଣେ ୧୫ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କଲା ବେଳେ ଝିଅଟି ଏହାକୁ ବିରୋଧ କରିଥିଲା। ଏହାପରେ ଦୁର୍ବୃତ୍ତମାନେ ତାଙ୍କୁ ପିଟିପିଟି ମାରିଦେବା ସହ ତାଙ୍କୁ ଓଢ଼ଣୀ ଦ୍ୱାରା ଗଛରେ ଝୁଲାଇ ଦେଇଛନ୍ତି।
ମଙ୍ଗଳବାର ଏକାଦଶ ଶ୍ରେଣୀରେ ପଢ଼ୁଥିବା ଝିଅଟି ସ୍କୁଲରେ ଗାନ୍ଧି ଜୟନ୍ତୀ ଉତ୍ସବ ପାଳନ କରି ଘରକୁ ଫେରିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ସହ ଏଭଳି କାଣ୍ଡ ଘଟାଇଛନ୍ତି।
ଝିଅଟି ଏକାକୀ ଫେରୁଥିବା ଦେଖି ୪ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ଏହାପରେ ସେମାନେ ଝିଅଟିକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଝିଅଟି ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ମାଡ଼ ମାରିଥିଲେ। ତାଙ୍କ ପ୍ରତି ଏଭଳି ଅତ୍ୟାଚାର ହୋଇଥିଲା ଯେ ଝିଅଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଏହି ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଦୁର୍ବୃତ୍ତମାନେ ଝିଅଟିର ବେକରେ ଓଢ଼ଣୀ ଗୁଡ଼େଇ ତାଙ୍କୁ ଗଛରେ ଟାଙ୍ଗି ଦେଇ ସେଠାରୁ ଫେରାର୍ ହୋଇଯାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ପୂରା ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍ ଏହି ୪ ଦୁର୍ବୃତ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।
from Odisha Reporter https://ift.tt/2DSgyaz
No comments:
Post a Comment