ରାଫେଲ୍‌ ସମ୍ପର୍କରେ ବାୟୁସେନା ମୁଖ୍ୟ ଦେଲେ ଏଭଳି ବୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ରାଫେଲ୍‌ ସମ୍ପର୍କରେ ବାୟୁସେନା ମୁଖ୍ୟ ଦେଲେ ଏଭଳି ବୟାନ

ନୂଆଦିଲ୍ଲୀ: ଫ୍ରାନ୍ସ ସହ ରାଫେଲ୍‌ ଯୁଦ୍ଧ ବିମାନ କିଣା ପାଇଁ ହୋଇଥିବା ଡିଲ୍‌କୁ ନେଇ ରାଜନୀତିକ ହଟଚମଟ ଚାଲିଥିବା ବେଳେ ଆଜି ଭାରତୀୟ ବାୟୁସେନା ମୁଖ୍ୟ ବିରେନ୍ଦ୍ର ସିଂହ ଧନୱା ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଛନ୍ତି।

ସେ କହିଛନ୍ତି, ରାଫେଲ୍‌ ନିର୍ମାଣ କମ୍ପାନୀ ଡାସଲ୍ଟ ଭାରତରେ କାହାକୁ ତା’ର ପାର୍ଟନର କରିଛି ସେଥିରେ ଭାରତ ସରକାର କିମ୍ବା ଭାରତୀୟ ବାୟୁସେନାର କୌଣସି ଭୂମିକା ନାହିଁ। ଡାସଲ୍ଟ କାହାକୁ ତା’ର ପାର୍ଟନର କରିଛି ବା କରିବ, ଏହା ତା’ର ଆଭ୍ୟନ୍ତରୀଣ ବ୍ୟାପାର। ତେଣୁ ଏହାକୁ ନେଇ ଭାରତ ସରକାର କିମ୍ବା ବାୟୁସେନାକୁ ପ୍ରଶ୍ନ କରିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

ରାଫେଲ୍‌କୁ ଏକ ଗେମ୍‌ ଚେଞ୍ଜର ବୋଲି ଅଭିହିତ କରି ଶ୍ରୀ ଧନୱା କହିଛନ୍ତି,“ ରାଫେଲ ଭାରତ ପାଇଁ ଏକ ଗେମ୍‌ ଚେଞ୍ଜର ଭଳି କାର୍ଯ୍ୟ କରିବ। ଏହି ଯୁଦ୍ଧ ବିମାନରେ ଏକାଧିକ ଆଧୁନିକ ଜ୍ଞାନକୌଶଳ ରହିଛି। ସାଧାରଣ ଯୁଦ୍ଧ ବିମାନ ତୁଳନାରେ ରାଫେଲ୍‌ରେ ଯୁଦ୍ଧାସ୍ତ୍ର ଖଞ୍ଜିବା ପାଇଁ ଅନେକ ସୁବିଧା ସୁଯୋଗ ରହିଛି। ଏହା ଏସିଆ ମହାଦେଶରେ ଏକ ଗେମ ଚେଞ୍ଜର ଭଳି କାମ କରିବ। ବାୟୁସେନା ଯେଉଁ ଆଧୁନିକ ବିମାନ କଥା କହିଥିଲା, ରାଫେଲ୍‌ ତନ୍ମଧ୍ୟରୁ ଅନ୍ୟତମ।”

କ’ଣ ହିନ୍ଦୁସ୍ତାନ ଏରୋନେଟିକ୍‌ସ ଲିଃ କ’ଣ ରାଫେଲ୍‌ ଯୁଦ୍ଧ ବିମାନ ନିର୍ମାଣ କରିପାରି ନଥାଆନ୍ତା ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଏଚ୍‌ଏଏଲ୍‌ ନିର୍ମାଣ କରିପାରିବ। କିନ୍ତୁ ଟାର୍ଗେଟ ଠିକଣା ସମୟରେ ପୂରଣ କରିପାରିବ ନାହିଁ। ପୂର୍ବରୁ ସୁଖୋଇ ୩୦, ଜାଗୁଆର୍‌ ଓ ମିଗ୍‌ ୨୦୦ ନିର୍ମାଣ କ୍ଷେତ୍ରରେ ଏଚ୍‌ଏଏଲ୍‌ର ବିଳମ୍ବ କଥା ମଧ୍ୟ ସେ ଉଠାଇଛନ୍ତି।



from Odisha Reporter https://ift.tt/2DQRErG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages