‘ଆୟୁଷ୍ମାନ ଭାରତ’ ଯୋଜନାରେ ଦ୍ୱିତୀୟ ଥର ଚିକିତ୍ସା କରିବାକୁ ଗଲେ ଏହି ପ୍ରମାଣପତ୍ର ଦରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

‘ଆୟୁଷ୍ମାନ ଭାରତ’ ଯୋଜନାରେ ଦ୍ୱିତୀୟ ଥର ଚିକିତ୍ସା କରିବାକୁ ଗଲେ ଏହି ପ୍ରମାଣପତ୍ର ଦରକାର

ayushman_bharat

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ୍‌ଜିଏୱାଇ) ଆରମ୍ଭ କରିଛନ୍ତି। ଏହାକୁ ବିଶ୍ୱର ସବୁଠାରୁ ବଡ଼ ଯୋଜନା କୁହାଯାଉଛି। ଏହି ଯୋଜନା ଅନ୍ତର୍ଗତ କୌଣସି ବ୍ୟକ୍ତି ଚିକିତ୍ସା ସୁବିଧା ପାଇବାକୁ ଆଧାର କାର୍ଡ ଆବଶ୍ୟକ ନାହିଁ। ହେଲେ ଯଦି କୌଣସି ବ୍ୟକ୍ତି ଏହି ଯୋଜନାରେ ଦ୍ୱିତୀୟ ଥର ଚିକିତ୍ସା କରାଇବାକୁ ଚାହିଁବେ, ତା’ହେଲେ ତାଙ୍କୁ  ଆଧାର କାର୍ଡ ଦେଖାଇବାକୁ ପଡ଼ିବ।

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଏଜେନ୍ସୀର କାର୍ଯ୍ୟକାରୀ ଅଧିକାରୀ ଇନ୍ଦୁ ଭୂଷଣ ନ୍ୟୁଜ୍‌ ଏଜେନ୍ସୀ ‘ଭାଷା’କୁ ଏକ ସାକ୍ଷାତକାରରେ କହିଛନ୍ତି, “ଯଦି ଆପଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଦ୍ୱିତୀୟ ଥର ଚିକିତ୍ସା ପାଇଁ ଯିବେ, ତା’ହେଲେ ଆଧାର କାର୍ଡ ନିହାତି ଦେଖାଇବାକୁ ପଡ଼ିବ। ଯଦି ଆପଣଙ୍କ ପାଖରେ ଆଧାର କାର୍ଡ ନାହିଁ, ତା’ହେଲେ ଆପଣଙ୍କୁ ଏମିତି କିଛି ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ, ଯାହାକୁ ଦେଖାଇ  ଚିକିତ୍ସା ପାଇଁ ଆପଣ ରେଜିଷ୍ଟ୍ରେସନ୍‌ କରିଥିବେ।”

ସେ ଆହୁରି କହିଛନ୍ତି, “ଆମେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ତର୍ଜମା କରୁଛୁ। ଆଧାର ନମ୍ବର କିମ୍ବା ଏମିତି କିଛି ପ୍ରମାଣପତ୍ର ଯାହା ବ୍ୟକ୍ତି ୧୨ ଅଙ୍କର ପ୍ରମାଣ ସଂଖ୍ୟା ପାଇଁ ପଞ୍ଜିକରଣ କରିଛନ୍ତି ଦେବାକୁ ପଡ଼ିବ। ଯାହା ଯୋଜନା ଅନୁସାରେ ଦ୍ୱିତୀୟ ଥର ପାଇଁ ଦେଖାଇବାକୁ ପଡ଼ିବ।”

ପ୍ରଥମ ଥର ଚିକିତ୍ସା ପାଇଁ ଆପଣ ଭୋଟର୍‌ ପ୍ରମାଣପତ୍ର ଦେଖାଇ ପାରିବେ। ତା’ସହିତ ଆଧାର କାର୍ଡ ମଧ୍ୟ ଦେଖାଇ ପାରିବେ, ହେଲେ ଏହା ବାଧ୍ୟତାମୂଳକ ନୁହେଁ।



from Odisha Reporter https://ift.tt/2Qxk7nV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages