ମଜଭୁତ ହେଉଛି ଭାରତର ଆର୍ଥିକ ସ୍ଥିତି; ଆଗକୁ ଆହୁରି ବଢ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ମଜଭୁତ ହେଉଛି ଭାରତର ଆର୍ଥିକ ସ୍ଥିତି; ଆଗକୁ ଆହୁରି ବଢ଼ିବ

india
ନୂଆଦିଲ୍ଲୀ: ଭାରତର ଆର୍ଥିକ ସ୍ଥିତି ଦୃଢ଼ ହେଉଛି। ଚଳିତ ଆର୍ଥିକ ବର୍ଷରେ ଏହାର ଅଭିବୃଦ୍ଧି ହାର ୭.୩ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି। ଏହାବାଦ ଆଗାମୀ ୨ ବର୍ଷ ମଧ୍ୟରେ ଏହା ବଢ଼ି ୭.୫ ପ୍ରତିଶତରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ବିଶ୍ୱବ୍ୟାଙ୍କ ନିଜ ରିପୋର୍ଟରେ ଏପରି ଦର୍ଶାଇଛି।
ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି, ନୋଟ୍‌ବନ୍ଦୀ ଓ ଜିଏସ୍‌ଟିର ଅସ୍ଥାୟୀ ସମସ୍ୟାରୁ ଭାରତ ମୁକୁଳି ସାରିଛି।
ତେବେ ବିଦେଶୀ ସ୍ଥିତି କମ୍‌ ଅନୁକୁଳ ହେବା ଓ କରେଣ୍ଟ ଆକାଉଣ୍ଟରେ ଅସନ୍ତୁଳନକୁ ଦେଖି ଆମଦାନୀ, ରପ୍ତାନୀରେ କ୍ଷତି ହୋଇପାରେ ବୋଲି ମଧ୍ୟ ବିଶ୍ୱବ୍ୟାଙ୍କ ଆଶଙ୍କା ପ୍ରକାଶ କରିଛି। ଅଧିକ ଆମଦାନୀ ଓ ଅଶୋଧିତ ତେଲର ଦାମ୍‌ ବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଏହାର କାରଣ ହୋଇପାରେ।
ବିଶ୍ୱବ୍ୟାଙ୍କ ପକ୍ଷରୁ ନିକଟରେ ଦକ୍ଷିଣ ଏସିଆ ରିପୋର୍ଟରେ କୁହାଯାଇଛି, “ଜିଏସ୍‌ଟି ବ୍ୟବସ୍ଥା ସୂଚାରୁରୂପେ ପରିଚାଳିତ ହେବା ଓ ବ୍ୟାଙ୍କରେ ରିକ୍ୟାପିଟାଲାଇଜେସନ ଯୋଗୁ ଭାରତର ଆର୍ଥିକ ସ୍ଥିତିକୁ ଦୃଢ଼ତା ମିଳୁଛି। ଆଗାମୀ ଦିନରେ ଏହା ଆହୁରି ଦୃଢ଼ ହେବ ବୋଲି ଅନୁମାନ କରାଯାଉଛି।”
ରିପୋର୍ଟରେ କୁହାଯାଇଛି ନିଜ ଖର୍ଚ୍ଚ ଓ ରପ୍ତାନୀ ବୃଦ୍ଧି ଯୋଗୁ ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତର ଆର୍ଥିକ ସ୍ଥିତିରେ ଉନ୍ନତି ଘଟି ଅଭିବୃଦ୍ଧି ହାର ୭.୩ ପ୍ରତିଶତରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଆଗାମୀ ଦୁଇବର୍ଷରେ ଏହା ବଢ଼ି ୭.୫ ପ୍ରତିଶତରେ ପହଞ୍ଚିଯିବ।


from Odisha Reporter https://ift.tt/2zWQBTd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages