ବିଜେପି ପାଇଁ ଆଉ ପ୍ରଚାର କରିବେନି ମୋଦିଙ୍କ ‘ହମ୍‌ଶକଲ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ବିଜେପି ପାଇଁ ଆଉ ପ୍ରଚାର କରିବେନି ମୋଦିଙ୍କ ‘ହମ୍‌ଶକଲ୍‌’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହମଶକଲ’ ବା ତାଙ୍କ ଭଳି ଅବିକଳ ଦେଖାଯାଉଥିବା ଅଭିନନ୍ଦନ ପାଠକଙ୍କ ବିଷୟରେ ଆପଣମାନେ ଅନେକ କଥା ଶୁଣିଥିବେ। ସେ ମୋଦିଙ୍କ ଭଳି ଦିଶୁଥିବାରୁ ବିଜେପିର ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇ ଦଳ ପାଇଁ ପ୍ରଚାର ମଧ୍ୟ କରିଛନ୍ତି। ତାଙ୍କୁ ଦେଖିବା ପାଇଁ ଭିଡ଼ ମଧ୍ୟ ଜମିଥାଏ।

ଶ୍ରୀ ପାଠକ କେବଳ ମୋଦିଙ୍କ ଭଳି ଦେଖାଯାଆନ୍ତି ନାହିଁ ବରଂ ମୋଦିଙ୍କ ଭଳି ହାତ ହଲାଇବା ଓ ବକ୍ତୃତା ଦେବା ଶୈଳୀ ମଧ୍ୟ ଅନୁକରଣ କରିଥାଆନ୍ତି। ହେଲେ ଏବେ ସେ ବିଜେପି ଉପରେ ଖପ୍ପା ହୋଇଛନ୍ତି। ପରିସ୍ଥିତି ଏମିତି ହୋଇଯାଇଛି ଯେ, ସେ ୨୦୧୯ ନିର୍ବାଚନରେ ବିଜେପି ପାଇଁ ଆଉ କୌଣସି ପ୍ରକାରର ପ୍ରଚାର କରିବେ ନାହିଁ ବୋଳି କହିଛନ୍ତି।

ଏଭଳି ନିଷ୍ପତ୍ତି ନେବା ପଛର କାରଣ ମଧ୍ୟ ଶ୍ରୀ ପାଠକ କହିଛନ୍ତି। ଉତ୍ତରପ୍ରଦେଶର ଶାହରନପୁରରେ ରହୁଥିବା ଶ୍ରୀ ପାଠକଙ୍କ କହିବା ଅନୁଯାୟୀ, ଏବେ ବିଜେପି ବିରୋଧରେ ଲୋକଙ୍କ କ୍ରୋଧ ଦାନା  ବାନ୍ଧିବା ଆରମ୍ଭ କରିଛି।

ମୋଦି ଦେଶ ପାଇଁ କାର୍ଯ୍ୟ କରୁଥିବା ବେଳେ ବିଜେପି ନେତାମାନେ ଜନବିରୋଧୀ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ମୋଦିଙ୍କ ସମ୍ମାନରେ ମଧ୍ୟ କ୍ଷତି ପହଞ୍ଚିବା ଆରମ୍ଭ କରିଛି। ମୋଦି ଯାହା କହୁଛନ୍ତି, ବିଜେପି ନେତାମାନେ ତା’ର ବିପରୀତ କାର୍ଯ୍ୟ କରୁଛନ୍ତି।

“ଲୋକମାନେ ଏବେ ପଚାରୁଛନ୍ତି, ଅଚ୍ଛେଦିନ କେବେ ଆସିବ? ମୁଁ ଅନେକ ସମୟରେ ବିଜେପି ପାଇଁ ପ୍ରଚାର କରିଛି। ଏଥିପାଇଁ ଲୋକମାନେ ଏବେ ମୋତେ ପ୍ରଶ୍ନ କରିବା ସହ ମାଡ଼ ମାରିବାକୁ ଆଗେଇ ଆସୁଛନ୍ତି। ତେଣୁ ୨୦୧୯ ନିର୍ବାଚନରେ ମୁଁ ବିଜେପି ବିରୋଧରେ ଏବଂ କଂଗ୍ରେସ ସପକ୍ଷରେ ପ୍ରଚାର କରିବି” ବୋଲି ସେ କହିଛନ୍ତି।



from Odisha Reporter https://ift.tt/2yjVWBI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages