ଦୁଇ ମାନବାଧିକାର ଯୋଦ୍ଧାଙ୍କୁ ଶାନ୍ତି ନୋବେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଦୁଇ ମାନବାଧିକାର ଯୋଦ୍ଧାଙ୍କୁ ଶାନ୍ତି ନୋବେଲ୍‌

ଓସ୍‌ଲୋ (ଓଡ଼ିଶା ରିପୋର୍ଟର): ଯୁଦ୍ଧ ପରିସ୍ଥିତିରେ ଯୌନ ଉତ୍ପୀଡ଼ନ ବିରୋଧରେ ଲଢ଼ୁଥିବା କଙ୍ଗୋର ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଡେନିସ୍‌ ମ୍ୟୁକ୍ୱେଗ୍‌ ଏବଂ ଇରାକର ମାନବାଧିକାର କର୍ମୀ ନାଦିୟା ମୁରାଦ୍‌ଙ୍କୁ ମିଳିତ ଭାବେ ୨୦୧୮ ବର୍ଷର ନୋବେଲ୍‌ ଶାନ୍ତି ପୁରସ୍କାର ମିଳିବ।

‘ନ୍ୟାୟ ସମସ୍ତଙ୍କର ଅଧିକାର’ ଉକ୍ତିକୁ ଜୀବନର ଧ୍ୟେୟ କରିଥିବା ଡା. ଡେନିସ୍‌ ଯୁଦ୍ଧ ଏବଂ ସଂଗ୍ରାମ କ୍ଷେତ୍ରରେ ଯୌନ ଉତ୍ପୀଡ଼ନ ବିରୋଧରେ ସାରା ଜୀବନ ଲଢ଼ି ଆସିଛନ୍ତି। ସେ ଇସ୍‌ଲାମିକ୍‌ ଷ୍ଟେଟ୍‌ ଗ୍ରୁପ୍‌ର ଆତଙ୍କୀଙ୍କ ନିର୍ଯାତନାର ଶିକାର ହୋଇଥିବା ହଜାର ହଜାର ପୀଡ଼ିତାଙ୍କ ଚିକିତ୍ସା କରିବା ସହିତ ଏହାର ମୂଳୋତ୍ପାଟନ କରିବାର ପ୍ରୟାସ କରୁଥିବାରୁ ସେମାନଙ୍କ ରୋଷ ଶିକାର ହେବାକୁ ପଡ଼ିଥିବା ଜଣାଯାଇଛି।

ଅନ୍ୟପକ୍ଷରେ ନାଦିୟା ମୁରାଦ୍‌ ନିଜେ ଜଣେ ପୀଡ଼ିତା ଏବଂ ଇସ୍‌ଲାମିକ୍‌ ଷ୍ଟେଟ୍‌ ଗ୍ରୁପ୍‌ର ଆତଙ୍କୀଙ୍କ ହାତରେ ନିର୍ଯାତନା ଏବଂ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହା ପରେ ପରେ ସେ ହିଁ କୁର୍ଦ୍ଦିଶି-ୟାଜିଦିଙ୍କ ପ୍ରତିରୋଧ ଅଭିଯାନର ମୁହଁ ପାଲଟି ଯାଇଥିଲେ।

ନୋବେଲ୍‌ ଶାନ୍ତି ପୁରସ୍କାର ପାଇଁ ୩୩୧ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଏହି ୨ ଜଣଙ୍କୁ ବଛାଯାଇଛି। ନରୱେର ରାଜଧାନୀ ଓସ୍‌ଲୋଠାରେ ଏକ କାର୍ଯ୍ୟକ୍ରମରେ ଏହାର ଘୋଷଣା କରାଯାଇଛି।



from Odisha Reporter https://ift.tt/2pyRYl0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages