ରେକର୍ଡ: ପଦ୍ମ ପୁରସ୍କାର ପାଇଁ ୫୦ ହଜାର ନାଁ ସୁପାରିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

ରେକର୍ଡ: ପଦ୍ମ ପୁରସ୍କାର ପାଇଁ ୫୦ ହଜାର ନାଁ ସୁପାରିସ୍

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମ ପୁରସ୍କାରର ମନୋନୟନ ପ୍ରକ୍ରିୟାକୁ କେନ୍ଦ୍ର ସରକାର ଲୋକାଭିମୁଖୀ କରିବା ପରେ ରେକର୍ଡ ସଂଖ୍ୟକ ସୁପାରିସ ଆସିଛି। ବିଭିନ୍ନ ବ୍ୟକ୍ତିତ୍ୱଙ୍କ ସଫଳତାର କାହାଣୀ ଏବଂ ତାଙ୍କର ରାଷ୍ଟ୍ର ପ୍ରତି ଅବଦାନ ଲୋକଲୋଚନକୁ ଆସିପାରୁନଥିବାରୁ ସରକାରଙ୍କ ଏହି ଅଭିନବ ପ୍ରୟାସକୁ ଜନସମର୍ଥନ ମିଳିଛି। ଏଥିପାଇଁ କେବଳ ୨୦୧୯ ବର୍ଷ ପାଇଁ ରେକର୍ଡ ସଂଖ୍ୟକ ୪୯,୯୯୨ଟି ସୁପାରିସ ସରକାରଙ୍କ ହସ୍ତଗତ ହୋଇଛି, ଯାହାକି ୨୦୧୦ ମସିହା ତୁଳନାରେ ୩୨ ଗୁଣ ଅଧିକ। ୨୦୧୦ ମସିହାରେ ୧୩୧୩ଟି ସୁପାରିସ ମିଳିଥିବାବେଳେ ୨୦୧୬ରେ ୧୮,୭୬୮ଟି ଏବଂ ୨୦୧୭ରେ ୩୫,୫୯୫ଟି ସୁପାରିସ ଗ୍ରହଣ କରାଯାଇଥିଲା।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି, ଚଳିତ ବର୍ଷ ପଦ୍ମ ପୁରସ୍କାରକୁ ସରକାର ‘ଲୋକଙ୍କ ପୁରସ୍କାର’ରେ ପରିଣତ କରିଛନ୍ତି। ଏଥର ଏହି ସର୍ବୋଚ୍ଚ ବେସାମରିକ ପୁରସ୍କାର (ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ) ପାଇଁ ଲୋକଲୋଚନକୁ ଆସି ନଥିବା ବ୍ୟକ୍ତିଙ୍କ ନାମ ପ୍ରସ୍ତାବ ଦେବା ନିମନ୍ତେ ଲୋକଙ୍କୁ ପ୍ରୋତ୍ସାହିତ କରାଯାଇଛି ।

ପଦ୍ମ ପୁରସ୍କାର ନାମ ପ୍ରସ୍ତାବ କରିବା ପାଇଁ ୨୦୧୬ରେ ଅନଲାଇନ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଅନ୍‌ଲାଇନ୍‌ରେ ଅତି ସହଜରେ ସୁପାରିସ କରାଯାଇ ପାରୁଥିବାରୁ ସୁପାରିସ ସଂଖ୍ୟାରେ ଏଭଳି ବୃଦ୍ଧି ହୋଇଥିବା ଜଣାଯାଇଛି। ୨୦୧୯ ମସିହା ଗଣତନ୍ତ୍ର ଦିବସରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର ପାଇଁ ଅନଲାଇନ୍‌ରେ ସୁପାରିସ ଗ୍ରହଣ ପ୍ରକ୍ରିୟା ୨୦୧୮ ମେ ମାସ ୧ ତାରିଖରେ ଆରମ୍ଭ ହୋଇଥିଲା। ୨୦୧୮ ସେପ୍ଟେମ୍ବର ୧୫ ତାରିଖ ସୁପାରିସ ଗ୍ରହଣ କରିବାର ଶେଷ ତାରିଖ ଥିଲା।

ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ବା ବିଭାଗ, ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର ସରକାର, ଭାରତରତ୍ନ ଏବଂ ପଦ୍ମବିଭୂଷଣ ପୁରସ୍କାରରେ ସମ୍ମାନିତ ବ୍ୟକ୍ତି ଏବଂ ବିଭିନ୍ନ ରାଜ୍ୟର ଉତ୍କର୍ଷ କେନ୍ଦ୍ର ତଥା ଅନ୍ୟାନ୍ୟ କ୍ଷେତ୍ର ମାଧ୍ୟମରେ ମଧ୍ୟ ପଦ୍ମ ପୁରସ୍କାର ପାଇଁ ସୁପାରିସ ଆହ୍ୱାନ କରାଯାଇଥାଏ ।



from Odisha Reporter https://ift.tt/2ISPYgg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages